Masthead

ଗୋରୁ ବୋଝେଇ ଟାଟାଏସି ଗାଡି ଜବତ, ଦୁଇ ଗିରଫ

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ):ବେଆଇନ ଗୋରୁ ବୋଝେଇ ଟାଟା ଏସି ଗାଡି ସହ ଦୁଇ ଗିରଫ । ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଗୋରୁ ଚାଲାଣ ଚାଲିଥିବାବେଳେ ଖବର ପାଇ ଯମୁନାକୋଟ ସୁରପ୍ରତାପପୁର ରାସ୍ତାରୁ ଏକ ବେଆଇନ ଗୋରୁ ବୋଝେଇ ଟାଟା ଏସି ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇଜଣ ହେଲେ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଡାକ୍ତର ହାତୀ ଏବଂ ଗାଡିର ଡ୍ରାଇଭର ଆର୍ତବନ୍ଧୁ ସାହୁ। ପ୍ରତ୍ୟେକ ସୋମବାର ଭୁବନ ଠାରୁ ଅଳ୍ପ ଦୂରରେ ଗୋହାଟ ହେଉଥିବାରୁ ଭୁବନ ଗୋରୁ ମାଫିଆମାନେ ସକ୍ରିୟ ଥିବା ବେଳେ ୬ ମାସ ମଧ୍ୟରେ ନିତିଦିନିଆ ଭାବରେ ଗୋରୁ ଚାଲାଣ ହେଉଛି ।

ଗୋରୁ ମାଫିଆ ମାନେ ଦିନ ଦ୍ବିପହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଅବାଧରେ ରାଜ୍ୟ ବାହରକୁ ଚାଲାଣ କରୁଛନ୍ତି । ତେବେ ଆଜି ଗୋରୁ ଚାଲାଣ କାରୀ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୌଭାଗ୍ୟ କୁମାର ପାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି