Masthead

ପୋଲିସ ପଞ୍ଝାରେ ଧଳ ସାମନ୍ତର ଡାହାଣ ହାତ

କଟକ (ବଡ଼ ଖବର ବ୍ୟୁରୋ) : କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ପୋଲିସ ପଞ୍ଝାରେ ଧଳ ସାମନ୍ତର ଡାହାଣ ହାତ । ଧଳ ସାମନ୍ତର ମୁଖ୍ୟ ସହଯୋଗୀ ଥିବା ପ୍ରଦୀପ ସାହୁ ଓରଫ ଦିଲୁକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୀର୍ଘ ୫ ବର୍ଷ ହେବ ଫେରାର୍ ଥିବା ଅଭିଯୁକ୍ତ ପ୍ରଦୀପ ସାହୁକୁ ରାୟଗଡ଼ାରୁ ଗିରଫ କରିଛି ପୋଲିସ ।

ଧଳସାମନ୍ତ ଅଢୁଆଳରେ ରହି ପ୍ରଦୀପ ଚଳାଇଥିଲା ତାର ଅପରାଧିକ ସାମ୍ରାଜ୍ୟ । କୁହାଯାଏ, ଡି ବ୍ରଦର୍ସଙ୍କ ଟେଣ୍ଡର ପ୍ରକ୍ରିୟାରେ ଦିଲୁ ଥିଲା ମୁଖ୍ୟ । ଦିଲୁ ସାଜିଥିଲା ଧଳ ବ୍ରଦର୍ସଙ୍କ ମୁଖ୍ୟ ସହଯୋଗୀ । ଗିରଫ ସମୟରେ ଦିଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ ଜବତ କରିଛି ପୋଲିସ । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ ଓମ ଓ ଦିପୁଙ୍କୁ ଘରୁ ଅପହରଣ କରି ହତ୍ୟା କରିଥିଲା ଅଭିଯୁକ୍ତ ଦିଲୁ । ଏହା ପରେ ସେ ଦୀର୍ଘ ୫ ବର୍ଷ ଧରି ଫେରାର୍ ଥିଲା । କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି । ଦିଲୁ ନାମରେ ଚାଉଳିଆଗଞ୍ଜ ଥାନାରେ ୪ଟି କେସ୍ ରହିଛି । କମିଶନରେଟ୍ ପୋଲିସର ଅପରାଧ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ବଳ ବଳବତ୍ତର ରହିଛି ବୋଲି କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଚାଉଳିଆଗଞ୍ଜ ଅଂଚଳର ଓମ ଓ ଦିପୁ ମର୍ଡର ଘଟଣାରେ ଫେରାର ଥିବା ଦିଲୁ ଏବେ ପୋଲିସ କବ୍ଚାରେ । ପୂର୍ବରୁ ଧଳସାମନ୍ତ ଓ ତାର ଅନେକ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ଜେଲରେ ଅଛନ୍ତି । ଧଳ ସାମନ୍ତଙ୍କ ସହଯୋଗୀ ମୁଖ୍ୟ ସହଯୋଗୀ ଥିବା ଦିଲୁକୁ ଧରିବାରେ ସଫଳ ହୋଇଛି ପୋଲିସ । କଟକରୁ ପ୍ରଦୀପ ନାୟକଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା