Masthead

ଫ୍ରାନ୍ସ ଆକାଶରେ ଗର୍ଜିଲା ଭାରତୀୟ ବାୟୁସେନା ବିମାନ

ପ୍ୟାରିସ୍(ବଡ଼ ଖବର ବୁ୍ୟରୋ)ବଷ୍ଟିଲ୍ ଡେ’ରେ ପିଏମ୍ ମୋଦି। ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଏହି ଭବ୍ୟ ସମାରୋହରେ ଯୋଗଦେଇଛନ୍ତି । ରାଜଧାନୀ ପ୍ୟାରିସ୍ ସମେତ ସମଗ୍ର ଫ୍ରାନ୍ସ ଉତ୍ସବମୁଖର ହୋଇଉଠିଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବିଶ୍ୱରର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ବଷ୍ଟିଲ୍ ଡେ’ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରତିବର୍ଷ ୧୪ ଜୁଲାଇରେ ପାଳିତ ହେଉଥିବା ଏହି ଭବ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେଉଛି ଚିତାକର୍ଷକ ପରେଡ । ଏହି ପରେଡରେ ଫ୍ରାନ୍ସର ଯୁଦ୍ଧାସ୍ତ୍ର ସାମିଲ୍ ହୋଇଥାଏ । ଚଳିତ ବର୍ଷ ଭାରତୀୟ ବାୟୁସେନାର ବିମାନ ମଧ୍ୟ ବଷ୍ଟିଲ୍ ଡେ’ରେ ସାମିଲ ହୋଇଛି ।

୨୦୧୭ରେ ଆମେରିକାର ତତ୍କାଳିନ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଫ୍ରାନ୍ସବାସୀ ରାଷ୍ଟ୍ରୀୟ ଦିବସକୁ ଏକ ମହତ୍ୱପୂର୍ଣ୍ଣ ମହୋତ୍ସବ ରୂପେ ପାଳନ କରିଥାନ୍ତି । ୧୭୮୯ରେ ଫ୍ରାନ୍ସରେ କ୍ରାନ୍ତି ଦ୍ୱାରା ବଷ୍ଟିଲ୍ ଜେଲ ଉପରେ ହୋଇଥିବା ଆକ୍ରମଣ କଥା ସ୍ମରଣ କରାଇଥାଏ ବଷ୍ଟିଲ୍ ଡେ’ । ଏହି ଭବ୍ୟ ଉତ୍ସବରେ ଯୋଗ ଦେଇ ପିଏମ ମୋଦି ଭାରତର ବିକାଶ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଯେଉଁଠି ସବୁଦେଶ ଏକ ନୁଆ ବ୍ୟବସ୍ଥା ଆଡକୁ ବଢୁଛନ୍ତି, ଭାରତ ମଧ୍ୟ ବଦଳିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା