Masthead

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ଜୁନିୟର ଇଞ୍ଜିନିୟରଙ୍କ ଘରେ ରେଡ୍

ଭୁବନେଶ୍ୱର(ବଡ଼ ଖବର ବୁ୍ୟରୋ) ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ଜୁନିୟର ଇଞ୍ଜିନିୟରଙ୍କ ଘରେ ରେଡ୍ । ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱର, ପିପିଲି(ପୁରୀ) ଓ ନୂଆପଡ଼ାରେ ଥିବା ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଏହି ଚଢ଼ାଉ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରବତିଙ୍କ ଦ୍ୱାରା ଜାରି କରାଯାଇଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ସୂଚନା ଅନୁଯାୟୀ ଏହି ଚଢ଼ାଉ ସୁଶାନ୍ତ କୁମାର ସେଠୀଙ୍କ ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତି ଅର୍ଜନ ଅଭିଯୋଗ ଉପରେ ହୋଇଛି ।

ଏହି ସମ୍ପତିଗୁଡ଼ିକ ମଧ୍ୟରେ ତିନି ମହଲା ବିଶିଷ୍ଟ ବିଲଡିଂ, ନିର୍ମାଣଧୀନ ଘର, ଫାର୍ମହାଉସ ଏବଂ ଆତ୍ମୀୟ ଓ ସହଯୋଗୀଙ୍କ ନାମରେ ଥିବା ସମ୍ପତି ଅନ୍ତର୍ଭୁକ୍ତ । ତେବେ ଚଢ଼ାଉ ଏବେ ପର୍ଯ୍ୟନ୍ତ ଚାଲୁରହିଛି ଏବଂ ଆଗକୁ ଅଧିକ ତଥ୍ୟ ମିଳିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ