Masthead

କରୋନା କଟକଣା ଭିତରେ ଆଜି ସଂସଦ ରେ ମୌସୁମୀ ଅଧିବେଶନ

ଦିଲ୍ଲୀ: କରୋନା କାଳରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କରୋନା ମହାମାରୀ କାରଣରୁ ଏହି ଅଧିବେଶନରେ ଅନେକ କିଛି ପରିବର୍ତ୍ତନ କରାଯାଇଛି। ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ଏଥର ଅଲଗା ଅଲଗା ଚାଲିବ। ସେଭଳି ଏଥର ପ୍ରଶ୍ନକାଳ ମଧ୍ୟ ରହିବ ନାହିଁ। ଏଲଏସିରେ ଚୀନ ସହିତ ଜାରି ବିବାଦ ଓ କରୋନା ମହାମାରୀ ପ୍ରସଙ୍ଗ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାର ପ୍ରସ୍ତୁତିରେ ରହିଛନ୍ତି। ଆଜି ରାଜ୍ୟସଭାରେ ଉପ-ସଭାପତି ନିର୍ବାଚନ ମଧ୍ୟ ହେବ। ଏହି ମୁକାବିଲା ହରିବଂଶ ସିଂ ଓ ମନୋଜ ଝା। ହରିବଂଶ ଏନଡିଏର ପ୍ରାର୍ଥୀ ହୋଇଥିବା ବେଳେ ମନୋଜ ଝା ବିରୋଧୀଙ୍କ ପକ୍ଷରୁ ନିର୍ବାଚନ ଲଢିବେ।ଆଜି ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଳେ। ଏହାପରେ ଲୋକସଭାର ଗୃହ କାର୍ଯ୍ୟକୁ ୧ ଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା। ସେଭଳି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲଦାଖକୁ ନେଇ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଥିଲେ।ସଂସଦର ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ସମୟରେ ସଂସଦର ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। କରୋନା ଓ କର୍ତ୍ତବ୍ୟ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ଏହି ସମୟରେ ସାଂସଦଙ୍କୁ ଚୀନ ସୀମା ପ୍ରସଙ୍ଗ ଉପରେ ଏକ ସ୍ବରରେ ସୈନିକଙ୍କ ସହ ଏକଜୁଟ୍ ହୋଇ ରହିବାକୁ କହିଛନ୍ତି। କରୋନା ବିପଦକୁ ଦେଖି ସମସ୍ତ ସାଂସଦଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ ନିବେଦନ କରାଯାଇଛି|

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ