THUMBNAIL_EDUCATION

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ଦେଶରେ ଲାଗୁହେବ ନୂଆ ଶିକ୍ଷାନୀତି । ଓଡ଼ିଶାରେ ହେବ ଖୁବଶୀଘ୍ର ଲାଗୁ । ଏନେଇ ଭୁବନେଶ୍ୱରେ ତିନି ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ । ୩୬ ବର୍ଷ ପରେ ଦେଶରେ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ ହେବ । ମାତୃଭାଷା ସହ ବହୁ ଭାଷାରେ ଶିକ୍ଷା ପ୍ରଦାନ କରାଯିବ । ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପିଲାଙ୍କୁ ଆତ୍ମନିର୍ଭରଶୀଳ କରାଯିବା ନେଇ ନୂଆ ଶିକ୍ଷା ନୀତି ସହଯୋଗ କରିବ । ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ଗ୍ରାମାଞ୍ଚଳ ଓ ସହରା ଞ୍ଚଳ ଶିକ୍ଷାର ବ୍ୟବଧାନ କମିବ । ଏପ୍ରିଲ ମାସରେ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ । ମେ ଓ ଜୁନ ମାସରେ ଓଡ଼ିଶାର ୫୦ ହଜାର ଗାଁକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ଯିବେ ।

ଡ୍ରପ ଆଉଟ ପିଲାଙ୍କୁ ପାଠ ପଢିବା ପାଇଁ ଆହ୍ୱାନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କହିବା କଥା ୧୦+୨ ବଦଳରେ ରାଜ୍ୟରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ । ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇ ଦିଆଯିବ । ଗୋଦାବରଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପ୍ରତି ପଂଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯିବ । ନୂତନ ଶିକ୍ଷା ନୀତିରେ ଦଶମରେ ବୋର୍ଡ ପରୀକ୍ଷା ହେବ ନାହିଁ । ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ରହିବ । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେମିଷ୍ଟାର କରୀକ୍ଷା କରାଯିବ । କଲେଜର ୩ ବର୍ଷର ଡିଗ୍ରୀ ଏବେ ୪ ବର୍ଷ ହେବ ।

କିନ୍ତୁ ଯେଉଁମାନେ ଉଚ୍ଚ ଶିକ୍ଷା ନେବାକୁ ଚାହାନ୍ତି ନାହିଁ ସେମାନଙ୍କୁ ୩ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳିବ । ଯେଉଁମାନେ ଗୋଟିଏ ବର୍ଷ ଡିଗ୍ରୀ କରିବେ ସେମାନଙ୍କୁ ସ୍ନାତକ ପ୍ରଥମ ବର୍ଷରେ ସାର୍ଟିଫିକେଟ, ଦ୍ୱିତୀୟ ବର୍ଷରେ ଡିପ୍ଲୋମା ଓ ତୃତୀୟ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ଦିଆଯିବ । ୪ ବର୍ଷ ଡିଗ୍ରୀ କରିଥିବା ଛତ୍ରଛାତ୍ରୀମାନେ ଗୋଟିଏ ବର୍ଷରେ ଏମଏ କରିବାକୁ ସକ୍ଷମ ହେବ । ଅର୍ଥାତ ଏମଏର ଗୋଟିଏ ବର୍ଷ ଡିଗ୍ରୀରେ ମିଶାଇ ଦିଆଯିବ । ଏନଏ ଛାତ୍ୟଛାତ୍ରୀମାନେ ଆଉ ଏମ. ଫିଲ୍ ନ କରି ସିଧାସଳଖ ପିଏଚଡି କରିବାକୁ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ବିଜ୍ଞାନରୁ କଳା, କଳାରୁ ବାଣିଜ୍ୟ ଏପରି ଯେତେବେଳେ ଚାହିଁବେ ପରିବର୍ତ୍ତନ କରିପାରିବେ । ଦେଶର ସମସ୍ତ ଅନୁଷ୍ଠାନ, ସରକାରୀ, ବେସରକାରୀ ଏବଂ ବିବେଚିତ ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ ।

Leave a Reply

Your email address will not be published. Required fields are marked *