![paradeep](https://i0.wp.com/badakhabar.in/wp-content/uploads/2024/04/paradeep-2.jpg?fit=1024%2C534&ssl=1)
ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପ ମ୍ୟୁନିସିପାଲିଟି ୧୭ ନମ୍ବର ୱାର୍ଡ ଷଣ୍ଢକୁଦ ବସ୍ତିରେ ଅଗ୍ନିକାଣ୍ଡ ନିଆଁ ଲାଗି ଜଳିଗଲା ଦୁଇ ବଖରା ଚାଳ ଘର । ଘରେ ଥିବା ସମସ୍ତ ଆସବାବ ପତ୍ର ଘରର ବିଭିନ୍ନ ସାମଗ୍ରୀ ଜଳିପୋଡି ଭସ୍ମିଭୁତ ହୋଇଯାଇଛି । ସୂଚନା ଅନୁଯାୟୀ ୧୭ ନମ୍ବର ୱାର୍ଡରେ ରହୁଥିବା ଏମ ସତ୍ୟନାରାୟଣଙ୍କ ଘରେ କୌଣସି କାରଣରୁ ଘର ଭିତରୁ ଧୂଆଁ ବାହାରିବା କୁ ଦେଖି ବସ୍ତି ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ ।
ଏହାପରେ ସ୍ଥାନିୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ପାରାଦୀପ ବନ୍ଦର ଅଗ୍ନିଶମ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଆୟତ କରିଥିଲେ ।