Masthead

କେବେ ମିଳିବ ରିଲିଫ ?

ବରୀ : ପ୍ରଶାସନ ବାରମ୍ବାର ବିପନ୍ନଙ୍କୁ ସହଯୋଗ ପାଇଁ ନିୟମ ରେ ପରିବର୍ତ୍ତନ ଆଣୁଥିବାରୁ ଏଭଳି ଅଵସ୍ଥା ସୃଷ୍ଟି ହୋଇଛି।ଅପରପକ୍ଷରେ ବନ୍ୟା ଦ୍ୱାରା ପ୍ରଭାବିତ ପରିବାର କୁ ଚୟନ କରିବା କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏ ଯାଏ କୌଣସି ସରକାରୀ ସୁବିଧା ପହଞ୍ଚି ନଥିବା ଯୋଗୁଁ ଏହା ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହୋଇଛି।ଗମୁ,ରତ୍ନଗିରି, ଅମଠପୁର ପ୍ରଭୁତି ପଂଚାୟତ ରେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାର ଙ୍କ ନାମ ପ୍ରକାଶ ପାଇବା ପରେ ଏହି ଅଂଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତଦନ୍ତକାରୀ ଦଳ ବାସ୍ତବ ପକ୍ଷେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ତାଲିକାଭୁକ୍ତ ନ କରି ସ୍ଥାନୀୟ କୁଜି ନେତା ମାନଙ୍କ ହାତବାରିସୀ ସାଜି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ ରେ ଦର୍ଶା ଯାଇଛି।ଆଜି ଏହି ମର୍ମ ରେ ଉପରୋକ୍ତ ପଞ୍ଚାୟତ ଗୁଡିକର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଶହ ଶହ ଲୋକେ ବରୀ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ଯୋଗୁଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବରୀ ତହସିଲ୍ କାର୍ଯ୍ୟାଳୟ ରେ ବରୀ ପୋଲିସ ପହଂଚି କ୍ଷତିଗ୍ରସ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ସେଠାରେ ଉପସ୍ଥିତ ଥିବା ଏକ ପ୍ରତିନିଧି ଦଳ ବରୀ ତହସିଲଦାର ସରୋଜକାନ୍ତ ନାୟକ ଙ୍କୁ ଭେଟି ରିଲିଫ ବଣ୍ଟନ ରେ ଏଭଳି ପକ୍ଷପାତିତା କୁ ତୀବ୍ର ବିରୋଧ କରିବା ସହ ଯଥାଶିଘ୍ର ପଲିଥିନ ବଣ୍ଟନ କରିବାକୁ ଦାବି କରିଥିଲେ। ଏନେଇ ବରୀ ତହସିଲ୍ ଦାର୍ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ