![](https://i0.wp.com/badakhabar.in/wp-content/uploads/2020/09/20200909_181632.jpg?fit=981%2C363&ssl=1)
ବାଲିଗୁଡା :୦୯/୦୯ – ବେଲଘର ଥାନା ଅନ୍ତର୍ଗତ ଶିକିରି ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ 4 ମାଓବାଦୀଙ୍କ ମୃତ୍ୟୁ ସୂଚନା ଏବଂ ଜଣେ ଏସ ଓ ଜି ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ଦିନ ଏଗାର ଟା ବେଳେ କନ୍ଧମାଳ – କଳାହାଣ୍ଡି ସୀମାନ୍ତର ବେଲଘର ଥାନା ଅନ୍ତର୍ଗତ ସିରିକି ଜଙ୍ଗଲରେ ଏସ ଓ ଜି ଟିମ କୁମ୍ବୀ ଅପରସେନ ବେଳେ ସି ପି ଆଇ ମାଓବାଦୀ ଙ୍କ ସହ ମୁହାଁ ମୁହିଁ ଘଟି ଗୁଳି ବିନିମୟରେ ଚାରିଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଏସ ଓ ଜି ଯବାନ ତଲାସୀ ଅଭିଯାନ ଜାରି ରଖିଛି ।