Before Header

ବିରନ୍ଦାପଡା: ବିପଦ ସଂକୁଳ ତାର ପୋଲ ହିଁ ଭରଷା !

0 19

କ:ନୂଆଗାଁ:
କନ୍ଧମାଳ ଜିଲାରେ, ଯୋଜନା ମାଳମାଳ, ଲୋକଙ୍କୁ ସେବା ଦେବା ରେ କିନ୍ତୁ ବିଫଳ । ସ୍ୱାଧୀନତା ର ୭୦ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଯାତାୟାତ ପାଇଁ ଜନସାଧାରଣ ହନ୍ତସନ୍ତ ।ଏହାର ଜ୍ୱଳନ୍ତ ଉଦାହରଣ କ. ନୂଆଗାଁ ବ୍ଲକ , ଗୁଞ୍ଜିବାଡ଼ି ପଞ୍ଚାୟତର ବିରନ୍ଦାପଡା ଗ୍ରାମ ର ଲକେବାଡ଼ି ନଦୀ ର ତାରପୋଲୋ ।
ଆଜି ବି ଶହ ଶହ ଲୋକ ଅପାଠୁଆ ଗାଁ ଯନ୍ତ୍ରୀ ଙ୍କ ଦ୍ଵାରା ନିର୍ମିତ ବିଦ୍ୟୁତ ତାରପୋଲ ଉପରେ ଯିବା ଆସିବା ପାଇଁ ନିର୍ଭର । ସେଠିକାର ଜନସାଧାରଣ ବାରମ୍ବାର ସରକାର ଙ୍କୁ ଲେଖି ଜଣେଇ ଥିଲେବି ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି । ବିରନ୍ଦାପଡା ଗ୍ରାମ ଆର ପଟେ, ବାନ୍ଦାବାଜୁ, ଦ୍ରାବାକେତା, ଡ୍ରେପାଙ୍ଗା , ବାଦ୍ରା ଗୁଡୁ, ଏମିତି ଅନେକ ଗ୍ରାମ ର ଲୋକେ ଚାଷ କାମ, ତହସିଲ , ମେଡିକାଲ ସେବା ,ଛାତ୍ର ଛାତ୍ରୀ ବିଦ୍ୟାଳୟ ଯିବାଆସିବା ନିମନ୍ତେ ପ୍ରତି ଦିନ ତାର ଉପରେରେ ଜୀବନକୁ ବାଜି ଲଗାଇ ଯିବା ଆସିବା କରନ୍ତି, ଅନେକ ଥର ଅଘଟଣ ଘଟି ଥିବାର ନଜିର ରହିଛି । ସେହି ୪ ଟି ଗାଁ ଲୋକଙ୍କ ଦାବୀ ଯେ ନଦୀ ରେ ଗୋଟିଏ ପୋଲୋ ନିର୍ମାଣ କର କରିଦେଲେ ପଞ୍ଚାୟତ ରୁ, ରେସନ ସାମଗ୍ରୀ, ବାର୍ଦ୍ଧକ୍ୟଭତା,ସ୍ଵାସ୍ଥ୍ୟ ସେବା,ଶିକ୍ଷା ପାଇଁ ଛାତ୍ର ଛାତ୍ରୀ ଯାତାୟାତ କରିପାରନ୍ତେ । ବାନ୍ଦାବାଜୁ, ଦ୍ରାବାକେତା, ଡ୍ରେପାଙ୍ଗା , ବାଦ୍ରା ଗୁଡୁ ଗାଁ ରୁ ଗୁଂଜୀବାଡି ଯିବାପାଇଁ ୫କିମି ଦୂରରେ ଏକ ପୋଲ କରିଛନ୍ତି କିନ୍ତୁ ପୋଲ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ନିର୍ମାଣ ହୋଇ ନାହିଁ, ରାସ୍ତା ନିର୍ମାଣ ରେ ପାହାଡ଼ ବାଧକ । ଏହି ବିପଦ ସଂକୁଳ ତାର ପୋଲ କୁ ବ୍ୟବହାର ପାଇଁ ଲୋକମାନେ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ବ୍ଲକ ପ୍ରଶାସନ ଏହି ବିପଦ ସଂକୁଳ ତାରପୋଲୋ ରୁ ତାର କାଢି ନେଇଯିବା ଓ ବ୍ୟବହାର ନକରିବା ପାଇଁ ସଚେତନ ମଧ୍ୟ କରୁଛନ୍ତି। ରାସ୍ତା ନାହିଁ,ସ୍ଥାନୀୟ ପ୍ରଶାସନ ନିଜ ସୁବିଧାରେ ନିଜକୁ ସୁହାଇଲା ଭଳି ସ୍ଥାନରେ ପୋଲ ନିର୍ମାଣ କରିଛନ୍ତି। ଲୋକେ ବ୍ଲକ, ପଂଚାୟତ କାର୍ଯ୍ୟଳୟ ହେଉ ବା ମେଡ଼ିକାଲ, ସ୍କୁଲ କୁ ଯିବେ କିଭଳି ର ପ୍ରଶ୍ନ ଭିତରେ ତାର ପୋଲ ହି ସାଜିଛି ଭରଷା ।
ଭୋଟ ସମୟ ରେ ନେତା ମାନେ ଆସି ଅନେକ ପ୍ରତିଶୃତି ଦେଇ , ଭୋଟ ସରିବା ପରେ ନେତା ମାନଙ୍କ ଦେଖା ମିଳେନି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସରକାର ଙ୍କ କୁମ୍ଭ କର୍ଣ ନିଦ୍ର। କେବେ ଭାଙ୍ଗିବ ଏବଂ ବିରନ୍ଦାପଡା ନଦୀରେ ପୋଲୋ କେବେ ହେବ ? ଏଠି କାର ଜନସାଧାରଣ ଅଫିସ କାମ ଠାରୁ ଆରମ୍ଭ କରି ନିଜର କୁଲି ମଜୁରୀ କରି ପରିବାର ପ୍ରତି ପୋଷଣ କରିବା ପାଇଁ ସୁରକ୍ଷିତ ଭାବେ ଯାତାୟାତ ର ମୌଳିକ ସୁବିଧା ପାଇବେ କେବେ ।

Leave A Reply

Your email address will not be published.