ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଯେତେ ଯାଉଛନ୍ତି ଯାଆନ୍ତୁ, କିଛି ଫଳ ହେବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଆସିବା ପାଇଁ ସମୟ ନାହିଁ । ବମ୍ବେ ଯାଉଛନ୍ତି ପୁରସ୍କାର ନେବା ପାଇଁ ଏବଂ ନିଜେ ବ୍ୟବସ୍ଥା କରି ନିଜେ ପ୍ରାୟୋଜିତ ପୁରସ୍କାର ନେଉଛନ୍ତି । କେବଳ ପଶ୍ଚିମ ଓଡିଶା ନୁହେଁ, ଯୁଆଡେ ଗଲେ ବି ନବୀନ ବାବୁଙ୍କୁ ଆଉ କେହି ଗ୍ରହଣ କରିବେ ନାହିଁ ।
ତାଙ୍କର ସ୍ଥିତି ଓଡ଼ିଶାର କୌଣସି ଜାଗାରେ ନାହିଁ । ନିଜ ମନ୍ତ୍ରୀଙ୍କୁ ନିଜେ ହତ୍ୟା କରିବା ଘଟଣା ଗାଁ ଗାଁରେ ଲୋକ ଜାଣି ଗଲେଣି । କେନ୍ଦ୍ରୀୟ ଯୋଜନା ହଡପ, ଦୁର୍ନୀତି, ପିସି କାରବାର, ଯିଏ ବିରୋଧ କରିବ ତାକୁ ଜେଲରେ ପୁରେଇବା, ମିଛ କେସ ଦେବା ଭଳି ଅତ୍ୟାଚାର ଚାଲିଛି । ଏଥିପାଇଁ ଲୋକଙ୍କର ଏ ସରକାର ଉପରେ ଅସନ୍ତୋଷ ବଢ଼ିଲାଣି । ଖୁବଶୀଘ୍ର ଏ ସରକାର ଯାଉଛି ।