Masthead

ରାଜ୍ୟ ଗଠନର ୬୦ ବର୍ଷ ପରେ ପ୍ରଥମ ଥର ପାଇଁ ମହିଳା ବିଧାୟକ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଇତିହାସ । ପ୍ରଥମ ଥର ପାଇଁ ଜିତିଲେ ମହିଳା ପ୍ରାର୍ଥୀ । ରାଜ୍ୟ ଗଠନର ୬୦ ବର୍ଷ ପରେ ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି । ନାଗାଲାଣ୍ଡରେ ବିଜେପି ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଦିମାପୁର ତୃତୀୟ ବିଧାନସଭାରୁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି। ହେକାନିଙ୍କୁ ଏନଡିପିପି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା।

ସେ ୧୫୩୬ ଭୋଟରେ ଏଲଜେପିର ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନରେ କେବଳ ଚାରିଜଣ ମହିଳା ପ୍ରାର୍ଥୀ ଟିକେଟ ପାଇଥିଲେ। ହେକାନି ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ନିର୍ବାଚନ ସମୟରେ ହେକାନି ପାଇଁ ପ୍ରଚାର କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ସହ ପହଞ୍ଚିଥିଲେ। ୪୮ ବର୍ଷ ବୟସ୍କ ଏନଡିପିପି ନେତା ହେକାନି ଆଇନ ଅଧ୍ୟୟନ କରିଛନ୍ତି। ସେ ୨୦୧୩ ରେ ସାନ ଫ୍ରାନ୍ସିସ୍କୋ ସ୍କୁଲ ଅଫ ଲ’ରୁ ମାଷ୍ଟର ଅଫ ଲ ଡିଗ୍ରୀ ହାସଲ କରିଥିଲେ। ହେକାନୀଙ୍କର ୫.୫୮ କୋଟି ମୂଲ୍ୟର ସମ୍ପତ୍ତି ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’