Masthead

ଚନ୍ଦ୍ରରେ କିପରି ବଦଳୁଛି ତାପମାତ୍ରା, ଲ୍ୟାଣ୍ଡର ସେୟାର କଲା ଗ୍ରାଫ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ତାଙ୍କର କାର୍ୟ୍ୟ ଜାରି ରଖିଛନ୍ତି । ଫଟୋ ଓ ଭିଡିଓ ପଠାଇବା ପରେ, ଏବେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଂଚଳର ତାପମାତ୍ରା ସମ୍ପର୍କରେ ତଥ୍ୟ ପଠାଇଛି ବିକ୍ରମ । ଚନ୍ଦ୍ରର ଉପର ଭାଗର ସାମାନ୍ୟ ତଳକୁ ଗଲେ କେମିତି ତାପମାତ୍ରା ବଦଳି ଯାଉଛି, ତାହା ଗ୍ରାଫ ଜରିଆରେ ଦର୍ଶାଇଛି ଇସ୍ରୋ । ଅନ୍ୟପଟେ ଶିବଶକ୍ତି ପଏଂଟରେ ବୁଲି କାମ ଆରମ୍ଭ କରି ଦେଇଛି ରୋଭର ପ୍ରଜ୍ଞାନ । ବିକ୍ରମ ଲ୍ୟାଣ୍ଡର ସର୍ଫେସ୍‌ ଥମୋଫିଜିକାଲ ଏକ୍ସପେରିମେଣ୍ଟ ପ୍ଲେଲୋଡ୍‌ (ଚାଷ୍ଟେ) ଚନ୍ଦ୍ର ଦକ୍ଷିଣ ମେରୁ ଚତୁଃପାର୍ଶ୍ୱରେ ଥିବା ଉପର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲ ପଠାଇଛି।

ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ ରବିବାର କୁହାଯାଇଛି। ଇସ୍ରୋ ଉକ୍ତ ତାପମାତ୍ରା ପ୍ରୋଫାଇଲ ଗ୍ରାଫ୍‌କୁ ସେୟାର କରିଛି। ଚନ୍ଦ୍ରପୃଷ୍ଠ ଏବଂ ପାର୍ଶ୍ୱ ନିକଟବର୍ତ୍ତୀ ବିଭିନ୍ନ ଗଭୀରତାରେ ତାପମାତ୍ରାରେ ରହିଥିବା ଭିନ୍ନତା ଉକ୍ତ ଗ୍ରାଫ୍‌ରେ ପ୍ରଦର୍ଶିତ ହୋଇଛି। ଚନ୍ଦ୍ର ଦକ୍ଷିଣ ମେରୁରୁ ଏହା ପ୍ରଥମ ପ୍ରୋଫାଇଲ। ଏହା ଉପରେ ସବିଶେଷ ଅନୁଧ୍ୟାନ ଜାରି ରହିଛି। ଗଭୀରତା ଅନୁଯାୟୀ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରୀରୁ ୬୦ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିଥିବା ଗ୍ରାଫ୍‌ରୁ ଜଣାପଡୁଛି ବୋଲି ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି। ଚାଷ୍ଟେ ପ୍ଲେଲୋଡ୍‌ରେ ତାପମାତ୍ରା ଅନୁଧ୍ୟାନ ଉପକରଣ ଏବଂ ନିୟନ୍ତ୍ରିତ ପ୍ରବେଶ ଯନ୍ତ୍ର ରହିଛି, ଯାହା ପୃଷ୍ଠଠାରୁ ୧୦ ସେଣ୍ଟିମିଟର ତଳକୁ ଯାଇପାରିବ। ସେଥିରେ ୧୦ଟି ଅଲଗା ଅଲଗା ତାପମାତ୍ରା ସେନ୍‌ସର ଫିଟିଂ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା