ଝାଡଖଣ୍ଡ(ବଡ଼ ଖବର ବ୍ୟୁରୋ): ପୁଣି ଡରାଉଛି ବାର୍ଡ ଫ୍ଲୁ ଏହା ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇଛି । ଝାଡଖଣ୍ଡରେ ଏକ କୁକୁଡ଼ା ଫାର୍ମରେ ଠାବ ହୋଇଛି ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ। ଏହି ଭୂତାଣୁ ଜାହାକୁ ନେଇ ଝାରଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଜାଇଛି । ରାମ କୃଷ୍ଣ ଆଶ୍ରମ ପକ୍ଷରୁ ପରିଚାଳିତ ମୋରାବାଦି ସ୍ଥିତ କୁକୁଡ଼ା ଫାର୍ମ ଦିବ୍ୟାନ କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ୯୨୦ଟି ପକ୍ଷୀଙ୍କୁ ହତ୍ୟା କରାଯାଇଛି ।
ପକ୍ଷୀଙ୍କ ବ୍ୟତୀତ ୪,୩୦୦ ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି । ପକ୍ଷୀମାନଙ୍କ ନମୁନା ପରୀକ୍ଷା ପାଇଁ ଭୋପାଲରେ ଥିବା ICAR-National Institute of High Security Animal Diseases (NIHSAD) କୁ ପଠା ଯାଇଥିଲା । ପରୀକ୍ଷାରୁ ପକ୍ଷୀଗୁଡ଼ିକ H5N1 ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । H5N1 ହେଉଛି ଆଭିଆନ ଇନଫ୍ଲୁଏଞ୍ଜାର ଗୋଟିଏ ଷ୍ଟ୍ରେନ ।