Masthead

ନବ ଦାସ ହତ୍ୟା ଘଟଣା, ଓକିଲଙ୍କ ଚାଞ୍ଚଲ୍ୟକର ବୟାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟା ଘଟଣା । ଓକିଲଙ୍କ ଚାଞ୍ଚଲ୍ୟକର ବୟାନ । ନବ ଦାସଙ୍କୁ ହତ୍ୟା କରିନାହିଁ ଗୋପାଳ । ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି। ରାଜ୍ୟ ଫରେନ୍ସିକ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଖୁଲାସା ହୋଇଛି। ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଘଟଣା ଦିନ ସ୍ବାସ୍ଥ୍ୟବିଭାଗ ଗାଡ଼ିକୁ ମଧ୍ୟ ୫ ରାଉଣ୍ଡ ଗୁଳି ହୋଇଥିଲା।

ଗୋପାଳଙ୍କ ବନ୍ଧୁକରୁ ୩ ଗୁଳିରୁ ଗୋଟେ ଗୋଟିଏ ବ୍ଲାଙ୍କ ଫାୟାରିଂ, ଗୋଟିଏ ଅକାମୀ ହୋଇଥିଲା। ଅନ୍ୟ ଏକ ଗୁଳିର ଖୋକା ଏ ପର୍ୟ୍ୟନ୍ତ ମିଳୁନଥିବା ଓକିଲ ସୂଚନା ଦେଇଛନ୍ତି। କିଛି ଏଭଳି ଚାଞ୍ଚଳ୍ୟକର ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ସିଧାସଳଖ ପ୍ରଶ୍ନ ଉଠାଇ କହିଛନ୍ତି, କୁଆଡେ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ ? କାରଣ କ୍ରାଇମବ୍ରାଞ୍ଚ ଦେଇଥିବା ସିଜର ଲିଷ୍ଟରେ ରକ୍ତ ଭିଜା ସାର୍ଟ ମିସିଂ ଥିବା ଉଲ୍ଲେଖ ରହିଛି । ଯାହା ପୂରା ଘଟଣାକୁ ସନ୍ଦେହ ଭିତରକୁ ଟାଣୁଛି । ଏ ସମ୍ପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରାଯିବ ବୋଲି କହିଛନ୍ତି ନରେଶ ।

ଏହାସହ ଗୋପାଳକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ନରେଶ । ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ଗୋପାଳ ଦାସ ସୁରକ୍ଷା ପାଇଁ ମୁତୟନ ଥିଲା। ବାଣ ବା ଗୁଳି ଶବ୍ଦ ଶୁଣି ଆଲର୍ଟ ହୋଇ ଗୋପାଳ ବ୍ଲାଙ୍କ ଫାୟାର କରିଥିଲା। ଗୋପାଳ ବନ୍ଧୁକ ଗୁଳିରେ ନବଙ୍କ ଜୀବନ ଯାଇନାହିଁ । ଅନ୍ୟ କାହା ଗୁଳିରେ ନବ ଦାସଙ୍କର ମୃତ୍ୟୁ ହୋଇଥାଇପାରେ । ନବ ଦାସଙ୍କ ହତ୍ୟା ପଛରେ ଯେଉଁ ଷଡଯନ୍ତ୍ର ଅଛି ତାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିନାହିଁ । ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସବୁ ସାକ୍ଷ୍ୟ ଗ୍ରହଣ କରିଥିବା କହିଛନ୍ତି ନରେଶ ।

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ ଓ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍‌ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହ‌ଯୋଗୀମାନେ ବସିଥିଲେ ।କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍‌ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍‌, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି । ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଅର୍ଥାତ୍‌ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼