20200919_125413

ବଡ଼ ଖବର ବ୍ୟୁରୋ ।
ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟରେ ଜଗତସିଂହପୁର ପୋଲିସ୍ ସ୍ବତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯିବା ସହ ଚୋରା ମଦ ବେପାରୀକୁ ଶୁକ୍ରବାର ଦିନ ଗିରଫ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉ ବେଳେ ୨୨ ଲିଟର ମଦ ଜବତ ହୋଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ନାଉଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବ୍ୟାପକ ମାତ୍ରାରେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ବ୍ଯବସାୟ ବୃଦ୍ଧି ପାଇବାରେ ଲାଗିଛି। ନାଉଗାଁ ପୋଲିସ୍ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଅବକାରୀ ବିଭାଗର ଆଦୌ ଦେଖା ମିଳୁନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଦ ଧରିବା ସଙ୍ଗେ ସଙ୍ଗେ ଗଞ୍ଜେଇ ଓ ବ୍ରାଉନ ସୁଗାର ବେପାରୀଙ୍କୁ ଧରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *