Masthead

ହାଇଟେକ ହସ୍ପିଟାଲ ଅପରାଧ ଚରମସୀମାରେ, ମଣିଷ ଜୀବନ କ’ଣ ଏତେ ଶସ୍ତା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚରମସୀମାରେ ହାଇଟେକ ହସ୍ପିଟାଲ ଅବହେଳା । ହସ୍ପିଟାଲରେ ବିସ୍ଫୋରଣ ଘଟି ରୋଗୀଙ୍କ ମୃତ୍ୟୁ । ମୃତଦେହ ଚିହ୍ନଟରେ ଅସମ୍ବେଦନଶୀଳତା । ପ୍ରଥମେ କହିଲେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି । ଦୁଃଖ ସହି ନପାରି ଦିଲ୍ଲୀପଙ୍କ ପତ୍ନୀ କଲେ ଆତ୍ମହତ୍ୟା । ଉଭୟ ପୁଅ ବୋହୂଙ୍କ କ୍ରିୟାକର୍ମ କରିସାରିଛନ୍ତି ଦିଲ୍ଲୀପଙ୍କ ପରିବାର । ଏବେ ହାଇଟେକ କହୁଛି ଦିଲ୍ଲୀପ ବଂଚିଛନ୍ତି । ଦିଲ୍ଲୀପ ମରିନାହାନ୍ତି ମୃତକ ହେଉଛନ୍ତି ଜ୍ୟୋତି ମଲ୍ଲିକ । କାଲି ପର୍ଯ୍ୟନ୍ତ ଜ୍ୟୋତିଙ୍କ ପରିବାରକୁ କୁହାଯାଉଛି ସେ ଚିକିତ୍ସିତ ହେଉଛନ୍ତି । ସକାଳୁ ହଠାତ ଜ୍ୟୋତିଙ୍କ ମୃତ୍ୟୁଙ୍କ ଖବର ଶୁଣି ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ଜ୍ୟୋତିଙ୍କ ମୃତଦେହ ମାଗିଲେ ଦେଉନାହିଁ ହାଇଟେକ ।

ତାହା ଦିଲ୍ଲୀପଙ୍କ ପରିବାରକୁ ଭୁଲରେ ଦିଆଯାଇଥିବା ସଫେଇ ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ ସାମ୍ନାରେ ଜ୍ୟୋତି ପରିବାର ଧାରଣାରେ ବସିଛନ୍ତି । ହାଇଟେକ ବିସ୍ଫୋରଣରେ ଅନେକ ପରିବାର ଛାରଖାର । ରୋଗୀଙ୍କ ଜୀବନ ଏତେ ଶସ୍ତା କି? ଏତେ ବଡ଼ ଭୁଲ କରି ବି ବେଫିକର ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି ରୁଜୁ ହେଉନି ମାମଲା । ହାଇଟେକ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ କିଏ ଦେଉଛି ସୁରକ୍ଷା । ତିରୁପତି ପାୱାର ଫୁଲ ବୋଲି ପ୍ରଶାସନ ଖସେଇ ଦେବ କି? ସମ୍ ଘଟଣାରେ ଯାହା ଆକ୍ସନ ହୋଇଥିଲା ହାଇଟେକ ବେଳେ ହେବନି କାହିଁକି? ଘରୋଇ ହସ୍ପିଟାଲର କ୍ଷମତା ଆଗରେ ମଣିଷ ଜୀବନ ମୂଲ୍ୟହୀନ କି? ସାଧାରଣ ଲୋକଙ୍କୁ ଲୁଟିବାକୁ ଘରୋଇ ହସ୍ପିଟାଲକୁ ଲାଇସେନ୍ସ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ