ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲିଉଡ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଫିଲ୍ମକୁ ବ୍ୟାନ କରାଯାଇଛି । କିନ୍ତୁ ଏବେ ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଦ କେରଳ ଷ୍ଟୋରୀକୁ ଟିକସମୁକ୍ତ କରାଯାଇଛି । ଏଥିସହ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହିତ ଏକ ସ୍ବତନ୍ତ୍ର ସ୍କ୍ରିନିଂରେ ଫିଲ୍ମ ଦେଖିବେ ବୋଲି ସୂଚନା ମିଳିଛି। ଏହାପୂର୍ବରୁ ଏହି ଚଳଚ୍ଚିତ୍ର ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଥିଲା।
'The Kerala Story' उत्तर प्रदेश में टैक्स फ्री की जाएगी।
— Yogi Adityanath (@myogiadityanath) May 9, 2023
ଗୋଟିଏ ପଟେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ଫିଲ୍ମକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇଛି । ପଶ୍ଚିମବଙ୍ଗର ସମସ୍ତ ସିନେମା ହଲରୁ ଏହି ଫିଲ୍ମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ମମତା କହିଛନ୍ତି, ଏହି ଫିଲ୍ମ ଜରିଆରେ କେରଳ ଲୋକଙ୍କ ସମ୍ମାନ କ୍ଷୂର୍ଣ୍ଣ କରାଯାଉଛି । ବିଜେପି ଏଭଳି ସାମ୍ପ୍ରଦାୟିକ ଭେଦଭାବ କାହିଁକି ସୃଷ୍ଟି କରୁଛି । ଏସବୁ କରିବା କଣ ଗୋଟେ ରାଜନୈତିକ ଦଳର କାମ ।