zz sdad

ଘସିପୁରା (ବଡ଼ ଖବର ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦ରୁ ଉର୍ଦ୍ଧ୍ବ ଛେଳିଙ୍କୁ ବିଷ ଦେଇଥିବା ଅଭିଯୋଗ । ଅଭିଯୋଗ ଅନୁଯାୟୀ ଘସିପୁରା ଥାନା କେଶଦୁରାପାଳ ଗାଁର ଟିକା ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ୧୦ ଦିନ ପୁରି ନଥିବା ବେଳେ ଆଜି ତାଙ୍କ ପାଳିତ ୨୦ରୁ ଉର୍ଦ୍ଧ୍ବ ଛେଳି ଗାଁର ଅନ୍ୟ ଗୋଟିଏ ପରିବାର ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଟିକା ଦେହୁରୀ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ଵେଳେ ଗୋଟିଏ ପଟେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଅସହାୟ ହୋଇ ପଡିଛି । ଅନ୍ୟପଟେ ପାଳିତ ଛେଳି ଗୁଡିକ ଏକା ଥରେ ମୃତ୍ୟୁବରଣ କରିଥିବାରୁ ପରିବାରକୁ ନ୍ୟାୟ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *