Masthead

ଦୌଡରାଣୀ ଦୂତୀ ଚାନ୍ଦ ଙ୍କୁ ବରଗଡ଼ ରେ ବିପୁଳ ସମ୍ବର୍ଦ୍ଧନା ।

ବରଗଡ଼ : ଅର୍ଜୁନ ପୁରସ୍କାର ପାଇବାପରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କ୍ରୀଡ଼ାବିତ ତଥା ଧାବିକା ଦୂତୀ ଚାନ୍ଦ ଆଜି ବରଗଡ଼ ଆସିଥିବା ସମୟରେ ତାଙ୍କୁ ବରଗଡ଼ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଅଗ୍ରଗାମୀ ଯୁବକ ସ°ଘ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ରେ ବରଗଡ଼ ଜିଲ୍ଲା କ୍ରୀଡା ସଂସଦ ସମେତ ଓକିଲ ସଂଘ, ସାମ୍ବାଦିକ ସଂଘ, କଳାକାର ସଂଘ, ବୟନିକା ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ଫୁଲତୋଡା ଏବଂ ଉପଢ଼ଉକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଆଜିକାଲି କେବଳ ପାଠ ପଢି ଯେ ଜଣେ କ୍ୟାରିୟର ଗଢି ପାରିବ ତା ନୁହେଁ ଜଣେ ଚାହିଁଲେ ଖେଳ କୁଦ ରେ ମଧ୍ୟ ନିଜ କ୍ୟାରିୟର ଗଢି ପାରିବ ବୋଲି ଦୌଡ଼ ରାଣୀ ଦୂତୀ ଚାନ୍ଦ ତାଙ୍କ ବରଗଡ଼ ଗସ୍ତ ସମୟରେ କହିଥିଲେ ସେହିପରି ପୁଅ ଏବଂ ଝିଅ ମାନେ ଉଭୟ ସମାନ ତେଣୁ ପିତାମାତା ମାନେ ଝିଅ ମାନଙ୍କୁ ମଧ୍ୟ ପୁଅ ଙ୍କ ପରି କ୍ରୀଡା ରେ ନିଜ କ୍ୟାରିୟର ଗଢିବା ଲାଗି ସୁଯୋଗ ଦେବା ଦରକାର ବୋଲି କହିଥିଲେ ଦୂତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା