https://youtu.be/O4VJxf70FAI
ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା । କଂଗ୍ରେସ ସହ ୫୫ ବର୍ଷର ପାରିବାରିକ ସମ୍ପର୍କ ଛିନ୍ନ ହେଲା କହିଲେ ମିଲିନ୍ଦ । ସୋସିଆଲ ମିଡିଆ ଏକ୍ସ ଜରିଆରେ ଦେଲେ ସୂଚନା । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ଏକନାଥଙ୍କ ନେତୃତ୍ୱାଧିନ ଶିବସେନାରେ ସାମିଲ ହୋଇପାରନ୍ତି । କିନ୍ତୁ ଦିନକ ପୂର୍ବର ସେ ଏହି ଚର୍ଚ୍ଚାକୁ ପ୍ରତ୍ୟାକ୍ଷାନ କରିଥିଲେ । ଦଳରୁ ଇସ୍ତଫା ଦେବା ସହ ଟ୍ୱିଟର ଏକ୍ସରେ ମଧ୍ୟ ନିଜର ମନ୍ତବ୍ୟକୁ ପ୍ରକାଶ କରିଛନ୍ତି । ମିଲିନ୍ଦ ଲେଖିଛନ୍ତି , ‘ମୋ ରାଜନୈତିକ ଯାତ୍ରାର ମହତ୍ୱପୂର୍ଣ୍ଣ ଅଧ୍ୟାୟର ଶେଷ ହୋଇଛି ।
ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଦେଇଛି । ପାର୍ଟି ସହ ମୋ ପରିବାରର ଦୀର୍ଘ ୫୫ ବର୍ଷର ସମ୍ପର୍କ ମଧ୍ୟ ଶେଷ ହୋଇଛି । ବର୍ଷ ବର୍ଷ ଧରି ଦଳୀୟ ନେତା ଓ ସମର୍ଥକଙ୍କ ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଉଛି’। ମିଲିନ୍ଦ ଦେଓରା ହେଉଛନ୍ତି କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ଦେଓରା ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ୍ ଆସନରୁ ବିଜୟୀ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରୁ ପରାଜିତ ହୋଇଥିଲେ। ଏହି ଦୁଇ ଥର ସେ ଶିବ ସେନା ନେତା ଅରବିନ୍ଦ ସାୱନ୍ତଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଶିବ ସେନା ଭାଗ ହେବା ପରେ ଅରବିନ୍ଦ ସାୱନ୍ତ ରହିଛନ୍ତି ଉଦ୍ଧବ ଠାକରେଙ୍କ ସହିତ।