Before Header

ପାକିସ୍ତାନରେ ଆଇଇଡି ବିସ୍ଫୋରଣ; ୫ ସୁରକ୍ଷାକର୍ମୀ ମୃତ

0 521

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଆଇଇଡି ବିସ୍ଫୋରଣ; ୫ ସୁରକ୍ଷାକର୍ମୀ ମୃତ । ବଲୁଚିସ୍ତାନର କେଚ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀ ନିପାତ । ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। କେଚ ଜିଲ୍ଲାର ବୁଲେଦା ଅଞ୍ଚଳରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ପାକିସ୍ତାନ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏହି ଅପରେସନ କରାଯାଉଛି।

Leave A Reply

Your email address will not be published.