ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୋଜପୁରୀ ଚଳଚ୍ଚିତ୍ର ସୁପରଷ୍ଟାର ଖେସାରି ଲାଲ ଯାଦବ ଅସୁବିଧାରେ ନଜର ଆସିଛନ୍ତି । ଯଦି ଖବରକୁ ଦେଖାଯାଏ, ତେବେ ଅଭିନେତାଙ୍କ ବେକରେ ଗିରଫ ଖଣ୍ଡା ଝୁଲୁଛି । ଖେସରୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ୨୦୧୯ ଜମି ବିବାଦ ଏବଂ ଚେକ୍ ବାଉନ୍ସ ମାମଲାରେ ଚାପ୍ରା କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି ।
ଭୋଜପୁରୀ ଷ୍ଟାର ଖେସାରିଙ୍କୁ ଭାରି ପଡିଲା ଜମି ବିବାଦ । ଏବେ ବିନା ଜାମିନର ଗିରଫ ୱାରେଣ୍ଟ ପରେ ଚିନ୍ତାରେ ଅଛନ୍ତି ଖେସାରି । ତେବେ ଆଗକୁ ଏହି ବିବାଦ କେତେ ଦିନ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ । ଏହି ମାମଲା ପରେ ଖେସାରିଙ୍କ ଫ୍ୟାନ୍ସମାନେ ଦୁଃଖିତ ଥିବା ଜଣାପଡୁଛନ୍ତି।