Masthead

ଗିରଫ ହେଲେ ଅଲ୍ଲ ଅଜୁର୍ନ, କିଏ କରିଥିଲା ଏଫଆଇଆର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଷ୍ପା… ଝୁକେଗା ନେହିଁ…ଲେକିନ ପୋଲିସ କେ ଆଗେ ଝୁଗ୍ ଗେୟା ପୁଷ୍ପା । ପୋଲିସ ଆଗରେ ମୁଣ୍ଡ ନୁଆଁଇଛନ୍ତି ପୁଷ୍ପା । ସୁପରଷ୍ଟାର ଅଲ୍ଲୁ ଅଜୁର୍ନଙ୍କୁ ଗିରଫ କରିଛି ପୋଲିସ । ଦଳାଚକଟା ମାମଲାରେ ଗିରଫ ହୋଇଛନ୍ତି ଅଲ୍ଲୁ ଅଜୁର୍ନ । ଅଲ୍ଲୁ ଅଜୁର୍ନଙ୍କୁ ଚିକ୍କିଡ଼ାପଲ୍ଲୀ ଥାନାକୁ ନିଆଯାଇଛି । ପୁଷ୍ପା -୨ ସ୍କ୍ରିନଂ ବେଳେ ଦଳାଚକଟା ହୋଇଥିଲା । ଆଉ ଏହି ଦଳାଚକଟାରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଥିଲା । ଡିସେମ୍ବର ୪ରେ ହାଇଦ୍ରାବାଦର ଏକ ସିନେମା ହଲରେ ପୁଷ୍ପା-୨ ଦେଖିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଅଭିନେତାଙ୍କ ଟିକେ ଝଲକ ଦେଖିବା ପାଇଁ ଥିଏଟର ନିକଟରେ ଜନସମାଗମ ହୋଇଥିଲା ।

ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳାଙ୍କ ଶ୍ୱାସ ରୁଦ୍ଧ ହୋଇ ଜୀବନ ଯାଇଥିଲା । ତାଙ୍କର ୮ ବର୍ଷର ପୁଅ ଢାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ରେ ଅଲ୍ଲୁ , ତାଙ୍କ ସିକ୍ୟୁରିଟି ଫୋର୍ସ ଏବଂ ଥିଏଟର ମ୍ୟାନେଜମେଣ୍ଟଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ସେପଟେ ଅଲ୍ଲୁ ଅର୍ଜୁନ ଏଥିପାଇଁ ପରେ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ । ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପଟେ ହାଇଦ୍ରାବାଦ ପୁଲିସ କମିଶନର ସି.ଭି. ଆନନ୍ଦ ଏକ ବିବୃତ୍ତିରେ କହିଛନ୍ତି ଯେ ଥିଏଟର ପରିଚାଳନା କିମ୍ବା ଅଭିନେତାଙ୍କ ପକ୍ଷରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା ଯେ ସେମାନେ ଏଠାକୁ ଆସିବେ। ଥିଏଟର ପରିଚାଳନା ସେମାନଙ୍କ ଆସିବା ବିଷୟରେ ଜାଣିଥିଲେ ମଧ୍ୟ ଅଭିନେତା ଏବଂ ତାଙ୍କ ଟିମ୍ ପାଇଁ ସ୍ପେଶାଲ ଏଣ୍ଟ୍ରି କିମ୍ବା ଏକଜିଟ ବ୍ୟବସ୍ଥା କରାଯାଇନଥିଲା। ପୁଲିସ ସୂଚନା ଅନୁଯାୟୀ ଅଲ୍ଲୁ ଅର୍ଜୁନ ରାତି ପ୍ରାୟ ୯ଟା ୩୦ ସମୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଥିଏଟରରେ ପହଞ୍ଚିଥିଲେ।

ଏହି ସମୟରେ ତାଙ୍କର ଟିକିଏ ଝଲକ ଦେଖିବାକୁ ଶହ ଶହ ଲୋକ ସେଠାରେ ଭିଡ଼ ଜମାଇବାରୁ ଦଳାଚକଟା ସ୍ଥିତି ଉପୁଜିଥଲା। ଫ୍ୟାନ୍ସମାନେ ଅଲ୍ଲୁ ଅର୍ଜୁନଙ୍କ ସହ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ତାଙ୍କ ସୁରକ୍ଷା କର୍ମୀ ଲୋକଙ୍କୁ ଠେଲିବା ଆରମ୍ଭ କରିଥିଲେ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ମାତ୍ର ସେତେବେଳକୁ ରେବଥି ଓ ତାଙ୍କ ପୁଅର ଶ୍ୱାସରୁଦ୍ଧ ହୋଇଯାଇଥିଲା । ମହିଳାଙ୍କୁ ସିପିଆର୍ ଦିଆଯିବା ପରେ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା । ଶେଷରେ ରେବତୀଙ୍କୁ ଦୁର୍ଗାବାଇ ଦେଶମୁଖ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼