Before Header

ଇଣ୍ଡିଆକୁ ମଜଭୁତ କରିବା ପାଇଁ କଂଗ୍ରେସ କରିବ କମ୍ପ୍ରୋମାଇଜ

0 35

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିକୁ କ୍ଷମତାରୁ ଦୂରରେ ରଖିବା ପାଇଁ ବିରୋଧୀ ଗୋଟିଏ ଘାଟରେ ପାଣି ପିଉଛନ୍ତି । ଏପରିକି ନିଜ ନିଜ ରାଜ୍ୟରେ ଯେଉଁମାନଙ୍କ ବିରୋଧରେ ଲଢୁଛନ୍ତି, ସେମାନେ ଏକାଠି ବସୁଛନ୍ତି, ସାଥୀ ହୋଇ ଡିନର କରୁଛନ୍ତି, ଏକାଠି ମିଶି ଇଲେକ୍ସନ ଲଢିବେ ବୋଲି ପ୍ଲାନ ବି ବନାଉଛନ୍ତି । କିନ୍ତୁ ବିରୋଧୀ ଏକତା ଇଣ୍ଡିଆ ସେତେବେଳେ ହିଟ ହବ, ଯେତେବେଳେ ଦେଶର ସବୁଠାରୁ ପୁରୁଣା ଦଳ ଓ ସର୍ବାଧିକ ସମୟ ଶାସନ କରିଥିବା କଂଗ୍ରେସ କିଛି ରାଜ୍ୟରେ ରିଜିଓନାଲ ପାର୍ଟିଙ୍କ ପାଇଁ କମ୍ପ୍ରୋମାଇଜ କରିବ ।


ମୋଦିଙ୍କୁ ହଟାଇବା କଂଗ୍ର୍ରେସର ଲକ୍ଷ୍ୟ । ସେଥିପାଇଁ ଦରକାର ଇଣ୍ଡିଆର ସଫଳତା । ଇଣ୍ଡିଆ ଅର୍ଥ ବିରୋଧୀଙ୍କ ଗଠବନ୍ଧନ । ଆଉ ଏହି ଗଠବନ୍ଧନକୁ ବଂଚାଇବା ପାଇଁ କଂଗ୍ରେସକୁ କରିବାକୁ ହେବ ଅନେକ କମ୍ପ୍ରୋମାଇଜ । ଇଣ୍ଡିଆ ପାଇଁ କଂଗ୍ରେସକୁ ଦେବାକୁ ହେବ ବଳିଦାନ । ଆଗାମୀ ସାଧାରଣ ନିର୍ବାଚନରେ ଏନଡିଏ-ଇଣ୍ଡିଆ ମଧ୍ୟରେ କଡ଼ା ମୁକାବିଲା ହେବ । କିନ୍ତୁ ଇଣ୍ଡିଆକୁ ମଜଭୁତ କରିବା ପାଇଁ କଂଗ୍ରେସ କରିବ ସାକ୍ରିଫାଇସ୍ । ବିଶେଷଜ୍ଞଙ୍କ ମତରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ହେବ ଦଳକୁ । କାରଣ ଏହି ୬ଟି ରାଜ୍ୟରୁ ଲୋକସଭାକୁ ୨୮୦ ରୁ ଉଦ୍ଧ୍ୱର୍ ସାଂସଦ ଯାଇଥାନ୍ତି । ଯେଉଁଥିରେ ଅଧିକାଂଶ ରାଜ୍ୟରୁ ବିପକ୍ଷ ଦଳ ବିଶେଷ ଭାବେ କ୍ଷେତ୍ରୀୟ ଦଳଗୁଡ଼ିକର ମଜଭୁତ ସ୍ଥିତି ରହିଛି । ଏବଂ କଂଗ୍ରେସ ଏଥିରେ ଏକ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ତେବେ ଇଣ୍ଡିଆକୁ ସୁଦୃଢ କରିବା ପାଇଁ କଂଗ୍ରେସକୁ ସେମାନଙ୍କ ସହ ହାତ ମିଳେଇବାକୁ ପଡିବ । ଯେପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି (ସପା) ଉତ୍ତରପ୍ରଦେଶରେ ୮୦ଟି ସଂସଦୀୟ ଆସନ ସହ ରାଜ୍ୟରେ ନିଜ ଦବଦବା କାଏମ ରଖିଛି । ୨୦୧୯ରେ ମାୟାବତୀଙ୍କ ନେତୃତ୍ୱଧୀନ ବହୁଜନ ସମାଜ ପାର୍ଟି ସହିତ ସପାର ଗଠବନ୍ଧନ ମିଶି ଆଉ ୫ଟି ସିଟ ହାତେଇବାରେ ସଫଳ ହୋଇଥିଲା । ଗତ ଥରର ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ବସପାର ସାଥ ଛାଡ଼ି ଦେଇଥିଲେ । ଏବଂ ମିଶିଥିଲେ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକଦଳରେ । ଯାହା ପାଖରେ କୌଣସି ଲୋକସଭା ସାଂସଦ ନଥିଲେ । ତାଙ୍କ ସହ ଅନ୍ୟ ରାଜ୍ୟରେ ସିଟ ପାଇଁ ମିଶିବା କଂଗ୍ରେସ ପାଇଁ ସହଜ କଥା ହେବନି । କାରଣ ୨୦୧୯ରେ ଖୋଦ୍ ରାହୁଲ ଗାନ୍ଧି ନିର୍ବାଚନ ହାରିଥିଲେ ।

ତେବେ ୨୪ ନିର୍ବାଚନ ପାଇଁ ୨୬ ବିରୋଧୀଙ୍କ ମହାଗଠବନ୍ଧନ ହୋଇଛି । ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ୨୦୨୪ର ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବହୁମତରୁ ଦୂରେଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଭଲ ପ୍ରଦର୍ଶନ କରୁଥିବା ଛୋଟଦଳ ପାଇଁ ବଳିଦାନ ଦେବ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୪୨୧ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏବଂ ୩୭୩ରେ ବିଜେପି ସହିତ ସିଧାସଳଖ ଲଢେଇ କରିଥିଲା । ବିଜେପି ୨୦୧୯ ନିର୍ବାଚନରେ ୪୩୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଅବଶିଷ୍ଟ ଆସନଗୁଡିକ ଏହାର ସହଯୋଗୀ ଅଂଶୀଦାରଙ୍କ ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା କରାଯାଇଥିଲା । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆକ୍ରମଣାତ୍ମକ ଅଭିଯାନ ଚଳାଇବା ପରେ ମଧ୍ୟ ସବୁଠାରୁ ପୁରୁଣା ପାର୍ଟି ୨୦୧୯ର ଲୋକସଭା ନିର୍ବାଚନରେ କେବଳ ୫୨ ଆସନ ଜିତିବାରେ ସଫଳ ହୋଇଥିଲା । ଚାରିବର୍ଷ ପରେ, ୨୦୨୩ ମସିହାରେ, ଲୋକସଭା ନିର୍ବାଚନରେ ଲଗାତାର ଦୁଇଟି ବଡ ପରାଜୟର ସମ୍ମୁଖୀନ ହେବାପରେ କଂଗ୍ରେସ ୨୬ଟି ବିରୋଧୀ ଦଳଙ୍କୁ ଏକାଠି କରି ବିଜେପି ନେତୃତ୍ୱାଧୀନ ଏନଡିଏକୁ ଟାର୍ଗେଟ କରିଛି । ବିହାର ଏବଂ କର୍ଣ୍ଣାଟକରେ ଉଭୟ ବିରୋଧୀ ବୈଠକରେ ଅଂଶଗ୍ରହଣ କହିଛନ୍ତି ଯେ ୨୬ ବିରୋଧୀ ନେତାଙ୍କୁ ଏକାଠି କରିବା ଅର୍ଥ ହେଉଛି ଗଣତନ୍ତ୍ର ତଥା ସମ୍ବିଧାନକୁ ବଂଚଇବା । ସମସ୍ତ ଦଳ ଏକାଠି ହୋଇ ବିଜେପି ନେତୃତ୍ୱାଧୀନ ଏନଡିଏ ରଥକୁ ରୋକିବା ପାଇଁ ୫୪୨ ଟି ଆସନରୁ ୩୫୩ ଟି ଜିତିବାରେ ସଫଳ ହୋଇଛନ୍ତି । ୨୦୧୯ ନିର୍ବାଚନରେ କେବଳ ବିଜେପି ୩୦୩ ଟି ଆସନ ଜିତିଥିଲା । ୨୦୧୯ରେ ବିଜେପି ବିରୋଧରେ ସିଧାସଳକ ପ୍ରତିଦ୍ୱନ୍ଦ୍ୱିତା କରିବା ଉଦେ୍ଦଶ୍ୟରେ ଦଳରେ ବିସ୍ତୃତ ଆଲୋଚନା ଚାଲିଛି ଏବଂ ଏହା ସାରା ଦେଶରେ ଅତି କମରେ ୪୦୦ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରିବ । ସୁତ୍ରରୁ ଜଣାପଡିଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଆଲୋଚନାକୁ ସନ୍ତୁଳିତ କରିବାର ଆବଶ୍ୟକତା ରହିଛି । ଏହି ରାଜ୍ୟଗୁଡିକ ଲୋକସଭାକୁ ୨୮୦ରୁ ଅଧିକ ସାଂସଦ ପଠାନ୍ତି ।

Leave A Reply

Your email address will not be published.