ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସକାଳୁ ସକାଳୁ ସାମ୍ନାକୁ ଆସିଲା ବଡ ଖବର । ବଲିଉଡ୍ ଅଭିନେତା ସେଫ୍ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ହତ୍ୟା ଉଦ୍ୟମ କରାଯାଇଛି । ବିଳମ୍ବିତ ରାତିରେ ଘରେ ପଶି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ଅଭିନେତା ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଆକ୍ରମଣ କିଏ ଏବଂ କାହିଁକି କରିଛି ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।

ଆକ୍ରମଣ ସମୟରେ ପରିବାରର ଅନ୍ୟ ସଦସ୍ୟମାନେ କେଉଁଠି ଥିଲେ ସେ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିପାରି ନାହିଁ। କିନ୍ତୁ କରିସ୍ମା କପୁର ୯ ଘଣ୍ଟା ପୂର୍ବରୁ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ। ସେ ତାଙ୍କ ଭଉଣୀ କରୀନା କପୁର, ରିଆ ଏବଂ ସୋନମ କପୁରଙ୍କ ସହ ପାର୍ଟିରେ ଥିଲେ। ଏହି ପାର୍ଟିରେ କରୀନା ଉପସ୍ଥିତ ଥିଲେ। ତେବେ ସୈଫଙ୍କ ଉପରେ ଆକ୍ରମଣ ସମୟରେ କରିନା ପାର୍ଟିରେ ଥିଲେ କିମ୍ବା ପହଂଚି ଯାଇଥିଲେ, ସେ ନେଇ କୌଣସି ସୂଚନା ମିଳିନାହିଁ। ତେବେ ଅଭିନେତା ସେଫ୍ ଅଲ୍ଲୀ ଖାନ୍ ଏବେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ