ସାରା ରାଜ୍ୟରେ ପାଳନ ହେଉଛି ଇଦ୍
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଇଦ ଉଲ ଫିତର୍ । ସାରା ରାଜ୍ୟରେ ପାଳନ ହେଉଛି ଇଦ୍ । ମୁସଲମାନ୍ଙ୍କ ବଡ଼ ପର୍ବ ଇଦ୍ । ମସଜିଦ୍ରେ ସମୂହ ନମାଜ ପାଠ । ସକାଳୁ ସକାଳୁ ମସଜିଦ୍ରେ ଭିଡ଼ । ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା । ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ । ରମଜାନ ଅବସରରେ ମାସେ କାଳ ଉପବାସ ପରେ ପାଳିତ ହେଉଛି ଇଦ । ଚାନ୍ଦ ଦେଖିବା ପରେ ଇଦ ପାଳିତ ହେଉଛି । ଭଦ୍ରକ ଜିଲ୍ଲା ମଧ୍ୟ ଇଦ ପାଇଁ ଉତ୍ସବମୁଖର ହୋଇଛି । ଜିଲ୍ଲାର ବିଭିନ୍ନ ମସଜିଦରେ ନମାଜ ଆୟୋଜିତ ହୋଇଛି ।ହଜାର ହଜାର ସଂଖ୍ୟକ ମୁସଲିମ ଧର୍ମାବଲମ୍ବୀ ମାନେ ଇଦଗାହ ଠାରେ ସାମୁହିକ ଭାବେ ନମାଜ ପାଠ କରିଛନ୍ତି । ନମାଜ ପରେ ସମସ୍ତେ ଅନ୍ୟ ଙ୍କୁ ଆଲିଙ୍ଗନ କରି ଇଦ ମୁବାରକ ବା ଅଭିନନ୍ଦନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ମୃତୟନ ହେବା ସହ ପେଟ୍ରୋଲିଂ କରାଯାଉଛି ।
ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏଇଦିନ ସାରାବିଶ୍ୱ ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏଇ ଦିନକୁ ଆଲ୍ଲା(ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ। ଇସଲାମୀ କେଲେଣ୍ଡର ଶବ୍ୱଲର ଦଶମ ମାସର ପ୍ରଥମ ଦିନ ଏହା ପାନ କରାଯାଏ। ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିଲାପରେଯାଇ ଆରମ୍ଭ ହୋଇଥାଏ। ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇସଲାମୀ ସାଲରେ ଥିବା ଦିଓଟି ଇଦ ଭିତରୁ ଏହା ଗୋଟିଏ। ଆର ଗୋଟିକ ହେଲା ”’ଇଦ ଉଲ-ଅଜହା”’। ଇଦ ଉଲ-ଫିତ୍ରକୁ ପୈଗଂବର ମହମ୍ମଦ ସନ ୬୨୪ରେ ଜଂଗ-ଏ-ବଦର ପରେ ପାଳନ କରିଥିଲେ। ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷାଦେଇଥାନ୍ତି। ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ ଓଜନର କୌଣସିବି ଖାଦ୍ୟଦ୍ରବ୍ୟ ହୋଇପାରେ, ଯଥା, ଅଟା ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ। ପ୍ରାର୍ଥନା ଆଗରୁ ଏହି ଜକାତ ଗରିବମାନଙ୍କ ଭିତରେ ବଣ୍ଟାଯାଏ।
