Masthead

୩ ଜୀବନ ନେଲା ରୋଗୀ ବିହୀନ ଦ୍ରୁତଗାମୀ ଆମ୍ବୁଲାନ୍ସ !

ବାପା ମା’ ଓ ଶିଶୁ କନ୍ୟାର ଜୀବନ ନେଲା ରୋଗୀ ବିହୀନ ଦ୍ରୁତଗାମୀ ଆମ୍ବୁଲାନ୍ସ !
ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅକାଳରେ ଯାଇଛି ଗୋଟିଏ ପରିବାରର ୩ଜଣଙ୍କ ଜୀବନ ! କଟକ ବିଡାନାସି ଅଞ୍ଚଳର ଶଙ୍କର ସାହୁ ନିଜ ପତ୍ନୀ ଓ ପାଞ୍ଚ ବର୍ଷର ଶିଶୁ କନ୍ୟାଙ୍କୁ ବାଇକରେ ବସାଇ ରାସ୍ତାରେ ଯାଉଥିବା ସମୟରେ ଭଦ୍ରକରୁ କଟକ ଅଭିମୁଖେ ଦୃତ ଗତିରେ ଯାଉଥିବା ରୋଗୀ ବିହୀନ ଏକ ଆମ୍ୱୁଲାନ୍ସ ସେମାନଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା ! ଫଳରେ ତିନିଜଣ ଯାକ ରାସ୍ତା ଉପରେ ଏଣେତେଣେ ଛିଟିକି ହୋଇ ପଡ଼ି ସେଠାରେ ହିଁ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି ! ଦୁର୍ଘଟଣା ଘଟାଇ ଆମ୍ୱୁଲାନ୍ସର ଡ୍ରାଇଭର ସେଠାରୁ ଫେରାର୍ ହୋଇ ଯାଇଥିବା ଜଣାଯାଇଛି ! ସୂଚନା ପାଇ ଧର୍ମଶାଳା ପୋଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସେ ଆମ୍ବୁଲାନ୍ସ ସମେତ ୩ଟି ଯାକ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇ ଦେଇଛନ୍ତି !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ