Masthead

କଟିବ ହିତାଧିକାରିଙ୍କ ରାସନ କାର୍ଡ

ଇ-କେୱାସି କରିନଥିଲେ ମିଳିବନି ଚାଉଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଲକ୍ଷ ଲକ୍ଷ ଲୋକଙ୍କ ଆହାରର ମାର୍ଗ ହେଉଛି ରାସନ କାର୍ଡ ଚାଉଳ । ସରିଗଲା ଅବଧି କଟିଗଲା କାର୍ଡ । ହନ୍ତସନ୍ତ ହେଲେଣି ହିତାଧିକାରି । ୨୦ ଲକ୍ଷରୁ ଅଧିକ ହିତାଧିକାରିଙ୍କ କଟିଯାଇଛି ଖାଉଟି ଖାତା । ଇ-କେୱାସି କରିନଥିଲେ ମିଳିବନି ଚାଉଳ ।

ଜୁନ ୩୦ଥିଲା ଇ-କେୱାସି କରିବାର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ହଜାର ହିତାଧିକାରି କରିନାହାନ୍ତି ଇ-କେୱାସି । ଯେଉଁମାନେ କରିନାହାନ୍ତି ସେମାନଙ୍କୁ ଚାଉଳ ମିଳିବନି । ସୂଚନା ଦେଇଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଯେଉଁମାନେ ଇ-କେୱାସି କରିଛନ୍ତି ସେମାନଙ୍କୁ ଚାଉଳ ମିଳିବ । ଏବଂ ଯେଉଁମାନେ କରିନାହାନ୍ତି ସେମାନଙ୍କ ପାଇଁ  ୩ମାସ ଅପେକ୍ଷା କରିବେ ସରକାର । କାର୍ଡ ଗୁଡ଼ିକ ଏହି ସମୟରେ ସସ୍ପେଣ୍ଡ ରହିବ । ଯଦି ତିନି ମାସ ମଧ୍ୟରେ ଇ-କେୱାସି ନକଲେ ତେବେ କାର୍ଡ ଗୁଡିକ କାଟିଦେବେ ସରକାର  । ପାଞ୍ଚ ବର୍ଷରୁ ଅଧିକ ବୟସର ପିଲା ରାସନ କାର୍ଡରେ ସାମିଲ ହୋଇପାରିବେ ।

ସୂଚନା ଅନୁଯାୟୀ କିଛି ଜିଲ୍ଲା ମାନଙ୍କରେ ନେଟୱାର୍କ ସମସ୍ୟା ଯୋଗୁଁ ଇ-କେୱାସି କରିବାରେ ସମସ୍ୟା ସୃଷ୍ଟି ହେଉଥିଲା । ସେଥିପାଇଁ ସେହି ଜିଲ୍ଲା ମାନଙ୍କରେ ନେଟୱାର୍କର ସୁ- ବ୍ୟବସ୍ତା କରିଛନ୍ତି ସରକାର । ଏହାସତ୍ୱେ ମଧ୍ୟ ଯଦି କୌଣସି ହିତାଧିକାରିଙ୍କ ଇ-କେୱାସି ହୋଇପାରୁନାହିଁ ତେବେ ସେମାନେ ଜିଲ୍ଲା କେନ୍ଦ୍ର ମାନଙ୍କରେ ତିନି ମାସ ମଧ୍ୟରେ ଇ-କେୱାସି କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା