Masthead

ସରକାରୀ ସାହାଯ୍ୟ ଅପେକ୍ଷାରେ ଦୁଇ ଦିବ୍ୟ।ଙ୍ଗ ଭାଇ

ଭଦ୍ରକ:ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ. ଏ କଥା ଆମେ କହୁନୁ ଏ ଦୃଶ୍ୟ ଯାହା କହୁଛି. ଦୀର୍ଘ 26 ବର୍ଷ ଧରି ଚାଳ ଛପର ଘରେ ପଡି ମୃତ୍ୟୁ ସହ ସଂଘର୍ଷ କରୁଥିବା ଦିବ୍ୟାଙ୍ଗ ପୁଅର ସେବା କରି ଆସୁଛନ୍ତି ବାପା ମା.କେବଳ ଭିନ୍ନକ୍ଷମ ଭତା ଛଡା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ .ଏପଟେ ମୁଣ୍ଡ ଗୁଞ୍ଜିବାକୁ ଯେଉଁ ଖଣ୍ଡିଏ ଘରଟିଏ ଥିଲା ତାହା ବନ୍ୟାରେ ସମ୍ପୂର୍ଣ ଭାଙ୍ଗି ଯାଇଛି. ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଏବେ ବଂଚିବାକୁ ରାହା ଖୋଜୁଛନ୍ତି ପ୍ରଶାନ୍ତ ଆଉ ତାଙ୍କ ପରିବାର.
ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଧୂଷୁରୀ ବାହାରବିଲ ଗ୍ରାମରେ ରହୁଥିବା ପ୍ରଶାନ୍ତ ରାଉତ ଦିନ ମଜୁରିଆ ଓଳିଏ ଖାଇଲେ ଓଳିଏ ଉପାସ. ଏବେ ଦିବ୍ୟାଙ୍ଗ ଦୁଇ ପୁଅଙ୍କ ଚିନ୍ତାରେ ଦିନ କାଟୁଛନ୍ତି ବାପା . ବଡ଼ ପୁଅ ଶୁଭେନ୍ଦୁ(27) ଦୀର୍ଘ 26 ବର୍ଷ ଧରି ସମ୍ପୂର୍ଣ ଅକର୍ମଣ୍ୟ ହୋଇ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏପଟେ ସାନ ପୁଅ ସତେନ୍ଦୁ (23)ମଧ୍ୟ ମାନସିକ ବିଶାରଦ ଗ୍ରସ୍ତ. ପ୍ରତିଦିନ ରାଜମିସ୍ତ୍ରୀ କାମ କରି ପରିବାର ପୋଷଣ କରୁଥିବା ବେଳେ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦୁଇ ପୁଅଙ୍କ ଉପଯୁକ୍ତ ଚିକିସ୍ୟା କରି ପାରୁ ନାହାନ୍ତି ବାପା .ଯାହା ଦୁଇ ପଇସା ରାଜାଗାର କରୁଛନ୍ତି ତାହା ସମୁଦ୍ର କୁ ଶଙ୍ଖେ. ବହୁ ଦୁଃଖ ଦୁର୍ଦଶାରେ ଜୀବନ ବିତାଉଛନ୍ତି. ଜ଼ିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକଙ୍କୁ ନିଜର ଦୁଃଖ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କେହି ଶୁଣିନଥିବାର କହିଛନ୍ତି ପ୍ରଶାନ୍ତଙ୍କ ପରିବାର.ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ପ୍ରଶାନ୍ତଙ୍କ ପରିବାର ଲୋକେ.

ଦୀର୍ଘ ବର୍ଷ ଧରି ପ୍ରଶାନ୍ତଙ୍କ ଦୁଇ ପୁଅ ଦିବ୍ୟାଙ୍ଗ ହୋଇ ଭଙ୍ଗା ଘରେ ଜୀବନ ବିତାଉଥିବା ବେଳେ ନା ଅଛି କୌଣସି ସରକାରୀ ସୁବିଧା ନା ଅଛି ଖଣ୍ଡିଏ ଟ୍ରାଇ ସାଇକେଲ. ସେହିପରି ଚଳିତ ବନ୍ୟାରେ ପ୍ରଶାନ୍ତଙ୍କ ଘର ସପୂର୍ଣ ଭାଙ୍ଗି ଯାଇଥିବା ବେଳେ କୋଣସି ସରକାରୀ ସାହାଯ୍ୟ ମିଳିନାହିଁ ପ୍ରଶାନ୍ତଙ୍କ ପରିବାରକୁ.ଅନ୍ୟ ପଟେ ସାନ ପୁଅ ପାଠ ପଢି ଏଥର ଦଶମ ଶ୍ରେଣୀ ରେ 292 ମାର୍କ ରଖି ପାସ କରିଛି ତାଙ୍କ ପାଇଁ ମଧ୍ୟ କୌଣସି ସୁବିଧା ଯୋଗାଇ ଦିଆ ଯାଇନାହିଁ।
ଯଥା ଶୀଘ୍ର ପ୍ରଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି.

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ