Masthead

ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବକେୟା ଥିବା ଟ୍ରାଫିକ୍ ଚାଲାଣ ମାମଲାକୁ ସହଜରେ ସମାଧାନ କରିବା ପାଇଁ ସରକାର ନୂଆ ବ୍ୟବସ୍ଥା କରିଛନ୍ତି । ମୋଟର ଠରଷସମକ୍ଷର ଆକ୍ଟ–୧୯୮୮ ଅନୁଯାୟୀ ବିଭିନ୍ନ ଟ୍ରାଫିକ୍ ଅପରାଧ ପାଇଁ ଜରିମାନା ରାଶି ନିର୍ଦ୍ଧାରିତ କରାଯାଇଛି । ସାଧାରଣ ଅପରାଧ, କର୍ତ୍ତୃପକ୍ଷଙ୍କ ଆଦେଶ ଅମାନ୍ୟ କିମ୍ବା ପଲ୍ୟୁସନ୍ ନିୟମ ଉଲଙ୍ଘନ ଭଳି କେତେକ ମାମଲାରେ ଚାଲାଣରେ ଥିବା ଜରିମାନାର ୫୦ ପ୍ରତିଶତ ଦେଲେ ସମାଧାନ ହେବ ।

ଏହା ସହିତ ରେଡ୍ ଲାଇଟ୍ ଜମ୍ପ, ମୋବାଇଲ୍ ବ୍ୟବହାର କରି ଡ୍ରାଇଭିଂ, ଭୁଲ ଦିଗରେ ଗାଡି ଚଲାଇବା କିମ୍ବା ବିପଦଜନକ ଡ୍ରାଇଭିଂ ପାଇଁ ୧୦୦୦ ଟଙ୍କା ଜରିମାନା ରହିଛି । ସିଟ୍ ବେଲ୍ଟ ବିନା ଡ୍ରାଇଭିଂ, ହେଲମେଟ୍ ବିନା ଦୁଇଚକିଆ ଚଳାଚଳ କିମ୍ବା ଦୁଇରୁ ଅଧିକ ପିଲିଅନ୍ ରାଇଡର ପାଇଁ ୫୦୦ ଟଙ୍କା ଜରିମାନା ଧାର୍ୟ୍ୟ କରାଯାଇଛି । ଏହା ଛଡ଼ା ରେଜିଷ୍ଟ୍ରେସନ୍ ବିନା ଯାନ ବ୍ୟବହାର ପାଇଁ ୨୦୦୦ ଟଙ୍କା ଏବଂ ଡ୍ରାଇଭିଂ ଲାଇସେନ୍ସ ବିନା ଡ୍ରାଇଭିଂ ପାଇଁ ୨୫୦୦ ଟଙ୍କା ଜରିମାନା ରହିଛି । ଅନ୍ୟପଟେ ଓଭରଲୋଡିଂ ମାମଲାରେ ୧୦ ହଜାର ଟଙ୍କା ସହ ପ୍ରତି ଟନ୍ ଅତିରିକ୍ତ ଭାର ପାଇଁ ୧ ହଜାର ଟଙ୍କା ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ । ସରକାରଙ୍କ ଏହି ବ୍ୟବସ୍ଥା ମାଧ୍ୟମରେ ବକେୟା ଥିବା ଟ୍ରାଫିକ୍ ଚାଲାଣ ମାମଲା ଶୀଘ୍ର ସମାଧାନ ହେବ ବୋଲି ଆଶା କରିଛି ପରିବହନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ