Masthead

୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଆଇପିଏଲ୍ ୧୮ତମ ସଂସ୍କରଣରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ । ଦୀର୍ଘ ୧୭ ବର୍ଷ ପରେ ପ୍ରଥମଥର ପାଇଁ ପିନ୍ଧିଛି ଆଇପିଏଲ୍ ମୁକୁଟ । ପଞ୍ଜାବ କିଙ୍ଗ୍ସକୁ ୬ ରନରେ ହରାଇ ଆରସିବି ଜିତି ନେଇଛି ଆଇପିଏଲ ମୁକୁଟ । ୧୮ ବର୍ଷ ପରେ ବି ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି ଆରସିବି । ତା’ ସହିତ ଅଷ୍ଟାଦଶ ସଂସ୍କରଣରେ ୧୮ ନମ୍ବର ଜର୍ସି ପିନ୍ଧୁଥିବା ବରିଷ୍ଠ ଖେଳାଳି ତଥା କିଂବଦନ୍ତି ତାରକା ବିରାଟ କୋହଲିଙ୍କୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଛି ଆର୍‌ସିବି। ଏହି ଅପୂର୍ବ ସଂଯୋଗରେ ନିଜ ଖେଳ ଜୀବନର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିବା କୋହଲି ମଧ୍ୟ ପୂରା ଭାବବିହ୍ବଳ ହୋଇ ଖୁସିରେ କାନ୍ଦି ପକାଇଲେ । ପୁଣି ଆର୍‌ସିବି ଆଇପିଏଲ୍‌ରେ ବିଜେତା ହୋଇଥିବା ରାଜସ୍ଥାନ ରୟାଲ୍‌ସ, ଡେକାନ୍ ଚାର୍ଜର୍ସ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସଙ୍କ ଭଳି ଦଳଙ୍କ କ୍ଲବ୍‌ରେ ସାମିଲ ହୋଇଛି।

ଅନ୍ୟପକ୍ଷରେ ପୂରା ଲିଗ୍‌ରେ ପରାକ୍ରମୀ କ୍ରିକେଟ୍ ଖେଳିଥିବା ପଞ୍ଜାବ ଅନ୍ତିମ ଲଢ଼େଇରେ ଝୁଣ୍ଟିବା ପରେ ତା’ର ସ୍ବପ୍ନ ଚୂର୍‌ମାର୍‌ ହୋଇଯାଇଛି। ବଳିଷ୍ଠ ନେତୃତ୍ବରେ ପଞ୍ଜାବକୁ ଫାଇନାଲ୍‌ରେ ପହଞ୍ଚାଇଥିବା ଅଧିନାୟକ ଶ୍ରେୟସ୍ ଆୟର ଶେଷ ଲଢ଼େଇରେ ଝୁଣ୍ଟିବା ପଞ୍ଜାବ ପାଇଁ କାଳ ହୋଇଛି। ଆରସିବିର ଅଭ୍ୟୁଦୟ କିନ୍ତୁ ଆଇପିଏଲ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି। ରଜତ ପଟିଦାରଙ୍କ ବେଙ୍ଗାଲୁରୁ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୯୦ ରନ୍ କରିଥିଲା । ବିରାଟ କୋହଲି ସର୍ବାଧିକ ୪୩ ରନ୍ କରିଥିଲେ । କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୧୯୧ ରନ୍ ବିଜୟଲକ୍ଷ୍ୟ ପିଛା କରି ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଇପିଏଲ୍ ଇତିହାସରେ ପୂରଣ ହୋଇଛି ବିରାଟ କୋହଲିଙ୍କ ଇଚ୍ଛା । ତାଙ୍କ ଟିମ୍ ପ୍ରଥମଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି । ଆରସିବିର ଏହି ଐତିହାସିକ ବିଜୟ ଏବଂ ଆଇପିଏଲ୍ ଟ୍ରଫି ହାତେଇବା ପରେ ପ୍ରଶଂସକମାନେ ସେଲିବ୍ରେସନ୍ କରିଛନ୍ତି । କୁନାଲ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ୟ୍ୟକୁମାର ଯାଦବ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ