Masthead

ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ । କାର୍ଯ୍ୟ ଆରମ୍ଭ କଲେ ଭୋଇ ସେବକ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମାପ୍ତ ହେବା ପରେ ଏବେ ଆରମ୍ଭ ହୋଇଛି ତିନି ରଥ ଖୋଲିବା ପ୍ରକ୍ରିୟା। ରଥ ନିର୍ମାଣ ଭଳି ରଥ ଖୋଲିବା ପୂର୍ବରୁ ମଧ୍ୟ ବିଧିବଦ୍ଧ ଭାବେ ଅନୁକୂଳ କରାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇ ମହାପ୍ରଭୁଙ୍କ ଲଡୁ ମହାର୍ଦ୍ଦ ଗ୍ରହଣ କରି ଏହି କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି।

ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲାଯିବ। ରଥର ସର୍ବୋଚ୍ଚ ଭାଗରେ ଥିବା କଳସ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ରଥରୁ ବାହାର କରାଯାଉଥିବା କାଠଗୁଡ଼ିକୁ ପ୍ରଥମେ ବଡ଼ଦାଣ୍ଡରେ ରଖାଯିବ ଏବଂ ପରେ ସୁରକ୍ଷିତ ଭାବେ ରହଣିସ୍ଥଳକୁ ନିଆଯିବ। ଏହି କାଠକୁ ପରବର୍ତ୍ତୀ ସମୟରେ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯାଏ।

ଦର୍ପଦଳନ ପରେ ନନ୍ଦିଘୋଷ ଏବଂ ଶେଷରେ ତାଳଧ୍ୱଜ ରଥ ଖୋଲାଯିବ। ଇତିମଧ୍ୟରେ ତିନି ରଥର ପାର୍ଶ୍ୱଦେବତା, ଅଶ୍ୱ, ସାରଥି ଓ ଠେକରା ବାଡ଼ ସମେତ ବିଭିନ୍ନ ରଥାଂଶକୁ ଖୋଲି ସୁରକ୍ଷିତ ଭାବେ ସାଇତି ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ