Masthead

ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର

ଅଯୋଧ୍ୟା(ବଡ଼ ଖବର ବ୍ୟୁରୋ): ଅଯୋଧ୍ୟାରେ ଆରମ୍ଭ ହେଲା ପ୍ରାଣପ୍ରତିଷ୍ଠାତା ଉତ୍ସବ । ଚମକି ଉଠିଲା ଅଯୋଧ୍ୟା ମନ୍ଦିରର ଶିଖର । ଆସନ୍ତା ୫ ତାରିଖ ଯାଏଁ ପ୍ରାଣପ୍ରତିଷ୍ଠାତା ସମାପନ ହେବ । ଆଜିଠୁ ଅଯୋଧ୍ୟାରେ ଶ୍ରୀରାମ ଦରବାରରେ ଆରମ୍ଭ ହେଲା ପ୍ରାଣପ୍ରତିଷ୍ଠା ଉତ୍ସବ । ଉତ୍ସବ ପୂର୍ବରୁ ଅଯୋଧ୍ୟା ମନ୍ଦିରର ଶିଖରରେ ଲାଗିଲା ସୁବର୍ଣ୍ଣ । ସୁବର୍ଣ୍ଣର ଚମକରେ ଚମକି ଉଠିଲା ଅଯୋଧ୍ୟାର ମନ୍ଦିର । ଏହି ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଧିରେ ଧିରେ ଜନଗହଳି ହେବାରେ ଲାଗିଛି ଅଯୋଧ୍ୟାନଗରୀ । ପ୍ରାଣପ୍ରତିଷ୍ଠା ପାଇଁ ମନ୍ଦିରରେ ମଧ୍ୟ ରୀତିନୀତି ଆରମ୍ଭ ହୋଇଗଲାଣି । ଆସନ୍ତା ୫ ତାରିଖରେ ଶ୍ରୀରାମ ଦରବାରରେ ପା୍ରଣପ୍ରତିଷ୍ଠା ହେବା ସହିତ ଅନ୍ୟ ୭ଟି ଉପମନ୍ଦିରରେ ମଧ୍ୟ ପ୍ରାଣପ୍ରତିଷ୍ଠା ହେବ । ଏଥିରେ ୧୦୧ ଆଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି ।

ଉତ୍ସବ ପାଇଁ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ପ୍ରାଣପ୍ରତିଷ୍ଠା ଉତ୍ସବର କାର୍ଯ୍ୟକ୍ରମ ପାଇଁ ଆଚାର୍ଯ୍ୟ, ସନ୍ଥ, ଶ୍ରୀରାମ ମନ୍ଦିରର ଟ୍ରଷ୍ଟି ଏବଂ ଭକ୍ତମାନଙ୍କ ଏକ ବିଶାଳ ସମାବେଶରେ ସରୟୁ ନଦୀ କୂଳରୁ କଳସ ଯାତ୍ରାର ଆୟୋଜନ କରାଯାଇଛି । ଏହା ସହ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନାରେ ଅଯୋଧ୍ୟାର ରାମ ମନ୍ଦିରର ତଳ ମହଲାରେ ସୁନାର କବାଟ ଲାଗିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଉପର ମହଲାରେ କୌଣସି ସୁନାର କବାଟ ଲାଗି ନାହିଁ । ଉହର ମହଲାରେ କେବଳ ସାଗୁଆନର କବାଟ ଲାଗିଛି । ଆଗକୁ ରାମ ମନ୍ଦିରର ଶୀର୍ଷରେ ସୁନାର କଳସ ଲାଗିବାର ବ୍ୟବସ୍ତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା