Masthead

ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ରାସ୍ତା ପାଶ୍ୱର୍ରୁ ଉଦ୍ଧାର ଫାଇନାନ୍ସ କର୍ମଚାରୀଙ୍କ କଟକରେ ମୃତ୍ୟୁ । ଗାଡ଼ି ଧକ୍କା କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ଥାନା ଆଗରେ ରଖି ଧାରଣା। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଡିଏସପିଙ୍କ ଆଶ୍ୱାସନା ପରେ ଧାରଣା ପ୍ରତ୍ୟାହୃତ। ଅଭିଯୋଗ ଅନୁଯାୟୀ ବ୍ରହ୍ମବରଦା ଥାନା ଅଧୀନ ମଙ୍ଗରାଜପୁର ଗ୍ରାମର ଶରତ ଚନ୍ଦ୍ର ବାରିକ ଜାରକାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଆଜି ସକାଳେ ଶରତ ନିଜ ବାଇକରେ ଜାରକା ଆସୁଥିବା ବେଳେ ବ୍ରାହ୍ମଣୀ ନଦୀ ବନ୍ଧରେ ତାଙ୍କୁ କାର ଚଢାଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଶରତ ତାଙ୍କ ଫାଇନାନ୍ସ କାର୍ଯ୍ୟରେ ଘରୁ ବାହାରି ଆସିଥିବା ବେଳେ ତାଙ୍କ ମାଲିକ ତାଙ୍କୁ ବ୍ରାହ୍ମଣୀ ନଦୀ ବନ୍ଧ ପର୍ଶ୍ୱରୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବରୁ ଶରତ ଓ ଧର୍ମଶାଳା ଥାନା ଅଧୀନ ମଙ୍ଗଳପୁର ଗ୍ରାମର ଦୀପକ୍ କୁମାର ସାମଲ (ଦପୁ)ଙ୍କ ମଧ୍ୟରେ ପଇସା ପତ୍ର କାରବାରକୁ ନେଇ ଦ୍ଵନ୍ଦ ରହିଥିବା ଶରତ ପୂର୍ବରୁ ସୂଚନା ଦେଇଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ତାଙ୍କ କମ୍ପାନୀର ମଲିକ ସନ୍ତୋଷ ଦାସ ତାଙ୍କୁ ଦୁର୍ଘଟଣା ସ୍ଥଳ ଠାରୁ କିଛି ଦୂରରେ ଦିପୁ ଏକ ଧଳା କାରରେ ଆସି ଗାଳିଗୁଲଜ କରିବାର ଦେଖିଥିଲେ।

ଏବଂ ଶରତ ସେଠାରୁ ଦ୍ରୁତ ଗତିରେ ଚାଲିଗଲା ବେଳେ ଉକ୍ତ ଗାଡିଟି ତାଙ୍କୁ ଦ୍ରୁତ ବେଗରେ ଗୋଡ଼ାଇ ଥିବା ଦେଖି ସନ୍ଦେହ କରିଥିଲେ । ସନେ୍ଦହ ହେବାରୁ ସେ ଶରତଙ୍କୁ ଫୋନ କରିଥିଲେ ମଧ୍ୟ ଶରତ ଆଉ ଫୋନ ଉଠାଇବାକୁ ନଥିଲେ । କେହି ଜଣେ ସ୍ଥାନୀୟ ଲୋକ ଶରତଙ୍କ ଦୁର୍ଘଟଣା ହୋଇଛି କହିବାରୁ ସେ ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଗୁରୁତ୍ତର ଅବସ୍ଥାରେ ମେଡିକାଲ ନେଇଥିଲେ ।ଏହି ଘଟଣାକୁ ନେଇ ମଙ୍ଗଳପୁର ଗ୍ରାମର ଦୀପକ୍ କୁମାର ସାମଲ ଶରତଙ୍କୁ ଗାଡ଼ି ଚଢାଇ ମାରିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ମୃତଦେହ କଟକ ମେଡିକାଲରୁ ଫେରିବା ପରେ ତାଙ୍କର ଆତ୍ମୀୟ ମାନେ ଥାନା ଆଗରେ ମୃତଦେହ ରଖି ଧାରଣା ଦେବାରୁ ପୋଲିସ ଅଭିଯୁକ୍ତ ଦୀପକ୍ କୁ ଅଟକ ରଖିବା ସହ ତାଙ୍କ କାରକୁ ଅଟକ ରଖି ତଦନ୍ତ ଚଳାଇଛି । ସୁରକ୍ଷା ଦୃଷ୍ଟିରୁ ଥାନା ପରିସରରେ ଏକ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ