Masthead

ଲୁଗା ବ୍ୟବସାୟୀଙ୍କ ଘରେ ନିଆଁ

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲ ମ୍ୟୁନିସିପାଲଟି ୬ ନଂ ୱାର୍ଡ଼, ମନି ଟାୱାର ନିକଟରେ ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ । ସହରର ଜଣାଶୁଣା ବ୍ୟବସାୟୀ ପରିୱାର କ୍ଲୋଥ୍ ଷ୍ଟୋରର ମାଲିକ ରୋହତାଶ ଅଗ୍ରୱାଲଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର୍ ପ୍ରାୟ ୪ ଟା ସମୟରେ ନିଆଁ ଲାଗିଥିବା କୁହାଯାଉଛି । ଘରର ପଛପଟ ଅଗଣାରେ ରହିଥିବା ତୁଳା ଗୋଦାମରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଷ୍ଟକ୍ ରହିଥିବା ସମସ୍ତ ତୁଳା ପୋଡ଼ି ଯିବା ସହିତ ଅଫିସ୍ ଷ୍ଟେସନାରୀ ରଖାଯାଇଥିବା ଦୁଇଟି ରୁମକୁ ନିଆଁ ବ୍ୟାପି ଯାଇଥିଲା ।

Image

ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିବା ପରେ ନିକଟସ୍ଥ ସମସ୍ତ ସରକାରୀ ଓ ଘୋରୋଇ ଦମକଳ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବଡ଼ବିଲ ଓ ଯୋଡ଼ା ବିଲେଇ ପଦାର ସରକାରୀ ଦମକଳ ଏବଂ ଦୁଇଟି ଘରୋଇ ଖଣି କମ୍ପାନୀର ଦମକଳ ଏହିପରି ୪ ଟି ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଯାହା ଫଳରେ ନିଆଁ ଆଉ ଅଧିକ ବ୍ୟାପି ପାରି ନଥିଲା । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ଅସ୍ପଷ୍ଟ ରହିଛି ।

Image

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ