Masthead

ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଝାରସୁଗୁଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଝାରସୁଗୁଡ଼ା । କଂଗ୍ରେସ, ବିଜେପି ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେଡି ଭରିଛି ନାମାଙ୍କନ । ତେଣେ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷାରେ ମାତିଲେଣି ବିରୋଧୀ ।  ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା । ନାମାଙ୍କନ ଦାଖଲ ପୂର୍ବରୁ ଗାଁ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଲି ଦାସ । ବିଭୁ ଆଶୀର୍ବାଦ ପରେ ଦୀପାଲି ବାହାରିଥିଲେ ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ । ବିଜେଡିର ପର୍ଯ୍ୟବେକ୍ଷକଙ୍କ ସହ ବହୁ କର୍ମୀ ଓ ନେତା ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ପରେ ଦୀପାଲି ୪ସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ ।

ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସିମ୍ପାଥି ମାହୋଲ କିଛି ନାହିଁ । ବିରେନ ପାଣ୍ଡେଙ୍କୁ ଲୋକେ ମନେରଖିଛନ୍ତି । ତାଙ୍କ ପୁଅ ତରୁଣ ପାଣ୍ଡେ ଲୋକାଲ ପିଲା । ଯେତେ ଛିଡା ହେଉଛନ୍ତି ବାହାରର । ଲୋକ ଚିନ୍ତା କଲେଣି ମାଟିର ପିଲାକୁ ଭୋଟ ଦେବେ  ସରିଲା ନାମାଙ୍କନ । ଏବେ ଜମିବ ପ୍ରଚାର । ନିଷ୍ପତ୍ତି ନେବେ ଭୋଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ