Masthead

ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ପ୍ରବଳ ବର୍ଷିବ ଆଜି ବି ବର୍ଷିବ । ଘଡ଼ଘଡ଼ି ବର୍ଷା ନେଇ ଉତ୍ତରରୁ ଉପକୂଳ, ଦକ୍ଷିଣ ଓଡ଼ିଶା ଯାଏଁ ଆଲର୍ଟ ଜାରି କରାଯାଇଛି ।  ଦୁଇଦିନ ପରେ ପୁଣି ଫେରିବ ତାତି ପ୍ରକୋପ । ଉପରମୁହାଁ ହେବ ପାରଦ । ୧୦ ତାରିଖବେଳକୁ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀ ଡେଇଁବ । ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ରାଜ୍ୟରେ ଗତ କିଛିଦିନ ହେବ ନିୟମିତ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିଛି ।

ଉପକୂଳ ତାପମାତ୍ରା ୩୫ ଡିଗ୍ରୀ ତଳେ ଓ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀରୁ କମ୍ ରହିଛି ।  ଭୁବନେଶ୍ୱରରେ ଦିନ ତମାମ ପାଗ ମେଘୁଆ ଥିବାବେଳେ ଅପରାହ୍ନରେ ୧୧.୨ ମିମି ବର୍ଷା ହୋଇଛି । ଏହାବାଦ ପାରାଦୀପରେ ୨୮.୫ ମିମି, ପୁରୀରେ ୨୩ ମିମି, ନୟାଗଡ଼ରେ ୧୩ ମିମି ବର୍ଷା ହୋଇଛି । ଆସନ୍ତା ଦୁଇଦିନ ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ । ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା!