ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଣ୍ଡୋନେସିଆରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଅବତରଣ କରିଛନ୍ତି । ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ତାଙ୍କୁ ବିମାନବନ୍ଦର ଠାରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନକୁ ଇଣ୍ଡୋନେସିଆ ବାୟୁସେନାର ଫାଇଟର ଜେଟ୍ ଆକାଶପଥରେ ଏସ୍କର୍ଟ କରି ଭବ୍ୟ ସମ୍ମାନ ଜଣାଇଥିଲେ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ଆଶା କରାଯାଉଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ଭଲ ସମ୍ପର୍କ ରହିଛି । ପ୍ରବୋୱୋ ରାଷ୍ଟ୍ରପତି ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଇଣ୍ଡୋନେସିଆ ଗସ୍ତ । ବିମାନ ବନ୍ଦରରେ ତାଙ୍କୁ ଔପଚାରିକ ଭାବରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ପାରମ୍ପାରିକ ନୃତ୍ୟ-ଗୀତରେ ସ୍ୱାଗତ କରାଯାଥିଲା । ଉଭୟ ନେତା ଖୁବ୍ ଶୀଘ୍ର ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଯାଉଛନ୍ତି । ଏହି ବୈଠକରେ ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି, ସାମୁଦ୍ରିକ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ ।

ଇଣ୍ଡୋନେସିଆ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ବଡ ଦେଶ । ଜନସଂଖ୍ୟା, ଅର୍ଥନୀତି ଏବଂ ଭୌଗଳିକ ସ୍ଥିତି ଦୃଷ୍ଟିରୁ ଏହାର ବିଶେଷ ଗୁରୁତ୍ୱ ରହିଛି । ଭାରତ ଏବଂ ଇଣ୍ଡୋନେସିଆ ଉଭୟ ହିନ୍ଦ-ପ୍ରଶାନ୍ତ ଅଞ୍ଚଳର ପ୍ରମୁଖ ଶକ୍ତି ଭାବେ ପରିଚିତ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜିକ ସମ୍ପର୍କରେ କ୍ରମାଗତ ଭାବେ ଧିରେଧିରେ ବୃଦ୍ଧି ପାଉଛି । ଇଣ୍ଡୋନେସିଆର ପାମ୍ ଅଏଲ, କୋଇଲା, ନିକେଲ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଏକ ପ୍ରମୁଖ ରପ୍ତାନୀକାରୀ ଦେଶ ରହିଛି । ଭାରତ ଏହି ସମ୍ପଦ ଗୁଡିକର ଏକ ବଡ ଆମଦାନିକାରୀରେ ଯୋଡି ହେବ । ଏହା ବ୍ୟତୀତ, ସୂଚନା ପ୍ରଯୁକ୍ତି , ଔଷଧ ଶିଳ୍ପ , କୃଷି ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସହଯୋଗର ବ୍ୟାପକ ସମ୍ଭାବନା ରହିଛି । ଉଭୟ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ୍ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି । ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା । ଆଶା କରାଯାଉଛି ଏହି ଗସ୍ତ ଆଞ୍ଚଳିକ ସ୍ଥିରତା, ସାମୁଦ୍ରିକ ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳାକୁ ଆହୁରି ସୁଦୃଢ କରିବାର ସୁଯୋଗ ସୃଷ୍ଟି କରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର