Masthead

“ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!

ଭୁବନେଶ୍ୱର(ବଡ ଖବର ବ୍ୟୁରୋ):ହନିମୁନ ପାଇଁ ବାଛିଲେ ମେଘାଳୟ, ସ୍ୱାମୀର ସ୍ତ୍ରୀ ନେଇଗଲା ଜୀବନ । ଅପରେସନ ହନିମୁନ ହତ୍ୟାକାଣ୍ଡର ହୋଉଛି ଖୁଲାସା । ହତ୍ୟାକାରୀ ସ୍ତ୍ରୀ ସୋନମ ରଘୁବଶିଂଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି ପୋଲିସ । କିନ୍ତୁ ରାଜା ରଘୁବଶିଂଙ୍କ ପରିବାର ସହ ଚାରିଆଡୁ ସିବିଆଇ ତଦନ୍ତର କରୁଛନ୍ତି ଦାବୀ । ମେଘାଳୟର ମୁଖ୍ୟମନ୍ତ୍ରୀ କନାର୍ଡ ସାଙ୍ଗମା ଜୁନ ୧୧ରେ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି କି ପୋଲିସ କରୁଥିବା ତଦନ୍ତରେ ଆମେ ସନ୍ତୁଷ୍ଟ ଅଛୁ । ତଦନ୍ତ ଦିଗରେ ସିବିଆଇର ସାହାଯ୍ୟ ନେବାର କୌଣସି ଆବଶ୍ୟକ ମନେ ହେଉନାହିଁ । ଯଦି ପୋଲିସର ତଦନ୍ତକୁ ନେଇ କିଛି ପ୍ରଶ୍ନ ଆସେ ତେବେ ସିବିଆଇର ସାହାଯ୍ୟ ନିଆଯିବ ଏବଂ ତାହାର ପୁର୍ନବାର ତଦନ୍ତ କରିପାରିବ କିନ୍ତୁ ବର୍ତ୍ତାମ ସ୍ଥିତିରେ ଆବଶ୍ୟକ ନାହିଁ । ମେଘାଳୟ ପୋଲିସ ଏହି କେସ୍ରେ ବହୁତ ଭଲ କାମ କରିଛନ୍ତି । ପୋଲିସର ତଦନ୍ତକୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପୋଲିସ ମଧ୍ୟ ଅନୁଧ୍ୟାନ କରୁଛନ୍ତି ।

ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ସିଏମ ସାଙ୍ଗମା ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଯାଇ କହିଛନ୍ତି କି ଏହି ହତ୍ୟାକାଣ୍ଡର ତଦନ୍ତ ଶେଷ ହେଲା ପରେ ହିଁ ଜାଣିପାରିବେ ତାଙ୍କ ପୋଲିସ କେମିତି ସତ୍ୟର ଉମୋଚନ କରିପାରିଛି । ଉଚିତ୍ ଦୋଷୀଙ୍କୁ ଦଣ୍ଡ ମିଳିବ ତାହାକୁ ଯେତେବେଳେ ଲୋକେ ଜାଣିବେ ଆଉ ସମୋନେ ସିବିଆଇ ତଦନ୍ତର ଆବଶ୍ୟକ ମଣେ କରିବେ ନାହିଁ । ଅଭିଯୁକ୍ତଙ୍କର ବୟାନ ନିଆଯାଉଛି । ହତ୍ୟାକାଣ୍ଡ କିପରି କଲେ ଅଭିଯୁକ୍ତ ମାନେ ସେହି ଛାତିଥରା ଦୃଶ୍ୟକୁ ବର୍ଣ୍ଣନା କରୁଛନ୍ତି । ପୋଲିସ ସେମାନଙ୍କୁ ନେଇ ସିନରିକ୍ରିୟାସନ୍ କରୁଛି । କିନ୍ତୁ ସେପଟେ ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ବୟାନ ଆସିବା ଏବଂ ପୋଲିସର ତଦନ୍ତକୁ ନେଇ ଏବେ ବି ସନ୍ତୁଷ୍ଟ ନାହାନ୍ତି ରାଜା ରଘୁବଶିଂଙ୍କ ପରିବାର ଲୋକେ । ଖାଲି ସେତିକି ନୁହେଁ ଅଭିଯୁକ୍ତି ରାଜାଙ୍କ ପତ୍ନୀ ସୋନମଙ୍କ ପରିବାର ଉପରେ ଉଠାଇଛନ୍ତି ଅଙ୍ଗୁଳି । ଝିଅର ସପକ୍ଷରେ ତାଙ୍କ ମା ବୟାନ ବାରମ୍ବାର ରଖୁଥିବାରୁ ତାଙ୍କୁ କାଠଗଡାକୁ ଟାଣିଛନ୍ତି । ରାଜାଙ୍କ ହତ୍ୟାକାଣ୍ଡ ମେଘାଳୟରରେ ହୋଇଥିବାରୁ ଲୋକଙ୍କ ମନ ଭିତରେ ମେଘାଳୟ ରାଜ୍ୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆ ଓ ଜାତୀୟ ଗଣମାଧ୍ୟମ ଚ୍ୟାନେଲରେ ଆମ ରାଜ୍ୟ ମେଘାଳୟ ବଦନାମ ହେଉଛି । ମେଘାଳୟର ଲୋକେ ରାଜାଙ୍କ ଆମଆତ୍ମା ପାଇଁ ପ୍ରଥନା କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରୁଛନ୍ତି । ତେଣୁ ଆମ ସରକାର ଲୋକଙ୍କ ଭାବନା ଏବଂ ରାଜାଙ୍କ ପରିବାର ସହ ଛିଡା ହୋଇଛି । ଦୋଷୀକୁ ଦଣ୍ଡ ମିଳିବା ସହ ରାଜାଙ୍କ ପରିବାରକୁ ନ୍ୟାୟ ଦେବୁ ବୋଲି ମେଘାଳୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି