Masthead

ଭଡ଼ା ଗାଡ଼ି ଡ୍ରାଇଭର ଙ୍କୁ ଅପହରଣ !

ବଡ଼ ଖବର ବ୍ୟୁରୋ । ଭୁବନେଶ୍ୱର
ଭଡାରେ ଗାଡି ଆଣି ଡ୍ରାଇଭରକୁ ଅପହରଣ କରି ନେଉଥିବା ବେଳେ ପୋଲିସ ହାତରେ ଧରାପଡିଲେ ତିନି ଅଭିଯୁକ୍ତ,ଜଣେ ଚମ୍ପଟ।ସୂଚନା ମୁତାବକ,ଗତକାଲି ରାତି ୩ଟାରେ ଦୁଇଜଣ ଯୁବକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ଆଳି ଯିବା ପାଇଁ ଏକ ଗାଡି ଭଡାରେ ଆଣିଥିଲେ , ତେବେ ସାଲେପୁର ହେବାପରେ ପିପିଲି ନହଳାପଡାର ଡ୍ରାଇଭର ଅଜୟ ନାୟକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅପହରଣ କରି ଗୋଡାହାତ ଓ ପାଟିକୁ ବାନ୍ଧି ଉକ୍ତ ଗାଡିର ଡିକିରେ ପକାଇ ଦେଇଥିଲେ।ସକାଳୁ ଦୁଇଜଣ ଯୁବକ ପଟ୍ଟାମୁଣ୍ଡାଇ ଓ ରାଜନଗର ବିଭିନ୍ନ ଅଂଚଳରେ ଗାଡିକୁ ବୁଲାଇବା ସହ ମାଳିପୁର ଶାସନରୁ ଅନ୍ୟ ଦୁଇ ଯୁବକଙ୍କୁ ଉଠାଇ ପଟ୍ଟାମୁଣ୍ଡାଇ ଫେରିଥିଲେ।ତେବେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ହଠାତ ରାସ୍ତା ଜାମ ହୋଇଯିବା ଓ କୌଣସି ପ୍ରକାରର ଡିକିର ଲକ ଖୋଲିଯିବା ପରେ ଡ୍ରାଇଭର ଅଜୟ ଗାଡି ତଳକୁ ଖସି ଆସିଥିଲେ।ଲୋକମାନେ ଏଭଳି ଦୃଶ୍ୟକୁ ଦେଖି ହୋ ହଲ୍ଲା କରିବା ପରେ ଚାରିଜଣ ଯୁବକ ଗାଡି ଛାଡି ନିକଟସ୍ଥ ବିଲ ମଧ୍ୟକୁ ଦୌଡ଼ି ପଳାଇଥିଲେ।ପରେ ପଟ୍ଟାମୁଣ୍ଡାଇ ପୋଲିସ ଖବର ପାଇ ଲୋକମାନଙ୍କ ସହ ଚାରିଜଣ ଯୁବକଙ୍କୁ ଖୋଜାଖୋଜି କରିବ ଜଣଙ୍କ ପରେ ଜଣେ ମୋଟ ତିନିଜଣଙ୍କୁ କାବୁ କରି ପଚରାଉଚୁରା କରୁଛି।ଅଜୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏହି ଅପହରଣ ଗାଡି ପାଇଁ ଥିଲା ନା ଆଉକିଛି ସେନେଇ ପୋଲିସ ତଦନ୍ତ ଚଲାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ