Masthead

ନବୀନଙ୍କୁ ନେତା ନୁହେଁ…ଦରକାର ଅଫିସର ଓ ବ୍ୟବସାୟୀ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବୀନ ନିବାସରେ ନେତା କମ, ଅଫିସର ବେଶି! ଲୋକ ପ୍ରତିନିଧି ନୁହେଁ ବିଜେଡି ସୁପ୍ରିମୋଙ୍କୁ ଦରକାର ଅମଲା ବାବୁ! ବ୍ୟୁରୋକ୍ରାଟଙ୍କ ପାଇଁ ଭାଙ୍ଗିଲା ୨୪ବର୍ଷର ସରକାର । ହେଲେ ନବୀନଙ୍କର ଯାଉନି ଅଫିସର ପ୍ରେମ? ପାଣ୍ଡିଆନ କୋ କବଳରୁ ମୁକୁଳିବା ବଦଳରେ ଧିରେଧିରେ କବଜାକୁ ଚାଲିଯାଉଛନ୍ତି ନବୀନ! ରାଜନୈତିକଶୈଳୀକୁ ପଛରେ ପକାଇ, ଆପଣେଇ ନେଇଛନ୍ତି ଅଫିସର ଶୈଳୀ? ବିଜେଡିରେ ନେତା କମ, ଅଫିସରଙ୍କ ଅଧିକ ଚାଲିଛି ରାଜୁତି । ଗଦିଚ୍ୟୁତ ହେଲେ, ହେଲେ ଏବେ ବି ବ୍ୟୁରୋକ୍ରାଟଙ୍କ ଠାରେ ଲାଗିଛି ମନ! ପୂର୍ବତନ ପ୍ରଶାସକ ଅଜିତ ମିଶ୍ର ପାଣ୍ଡିଆନଙ୍କ କାମକୁ ନେଇ ବହି ଲେଖିଲେ, ସେଥିରେ ଭୂରି ଭୂରି ପ୍ରସଂଶା କଲେ । ଏବେ ନବୀନ ତାଙ୍କୁ ନେଲେ କୋଳେଇ, ନିଜ ନିବାସରେ ଦେଲେ ସ୍ଥାନ । ପୂର୍ବତନ ପ୍ରଶାସକ ଅଜିତ କୁମାର ମିଶ୍ରଙ୍କୁ ନବୀନ ନିଜର ଅତିରିକ୍ତ ରାଜନୈତିକ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓଏଏସ୍ରୁ ଆଇଏଏସ ଭାବେ ପ୍ରମୋସନ ପାଇ ବିଜେଡି ସରକାରରେ କରିଛନ୍ତି କାର୍ଯ୍ୟ ।

ନବରଙ୍ଗପୁର ଜିଲ୍ଲାପାଳ, ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ୨୦୨୩ ନଭେମ୍ବର ୩୦ରେ ଅଜିତ ତାଙ୍କ ପୁସ୍ତିକା ଦ୍ ମ୍ୟାଜିକ ମନ୍ତ୍ରା ଅଫ୍ ଫାଇଭ୍ ଟିର ନବୀନଙ୍କ ଦ୍ୱାରା ଶୁଭାରମ୍ଭ କରିଥିଲେ । ସେଥିରେ ନବରଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଶାସନିକ କାର୍ଯ୍ୟକାଳ ସମୟକୁ ବର୍ଣ୍ଣନା କରିଛନ୍ତି । କେମିତି ଭୈରବଙ୍କ ସମୟରେ ପରିବର୍ତ୍ତନ ହୋଇଥିଲା ନବରଙ୍ଗପୁର ଜିଲ୍ଲା ତାହାକୁ ସେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସେବେଠାରୁ ନବୀନ ଏବଂ ପାଣ୍ଡିଆନ ଯୋଡିର ବିଶ୍ୱାସ ଭାଜନ ହୋଇ ଆସିଛନ୍ତି ଅଜିତ । ଧିରେ ଧିରେ ସେ ବି କୁଆଡେ ବିଜେଡିରେ ନିଜର ପତିଆରା ସୃଷ୍ଟି କରିଆସୁଛନ୍ତି । ଚାକିରିରୁ ବାହାରିବା ପରେ ଅଜିତ କୁଆଡେ ରାଜନୀତିରେ ପ୍ରବେଶ କରିବାର ଇଚ୍ଛା ବି ବେଶ ରଖିଥିଲେ । ସେଥିପାଇଁ ବି ବିଜେଡିରୁ ୨୦୨୪ ନିର୍ବାଚନରେ ସଂସଦୀୟ କ୍ଷେତ୍ରରେ ଟିକେଟ ନେଇ ଲଢିବା ପାଇଁ ଲବି କରିଥିଲେ । ହେଲେ ସେଥିରେ ବିଫଳ ହୋଇଥିଲେ । କିନ୍ତୁ ସେ ସେଠାରେ ଅଟକି ନଥିଲେ । ଆଉ ଏବେ ତାଙ୍କୁ ନବୀନଙ୍କ ଅତିରିକ୍ତ ରାଜନୈତିକ ସଚିବ ଭାବେ ଥଇଥାନ କରିବା ପରେ ରାଜ୍ୟ ରାଜନୀତିରେ ଯେତିକି ନୁହେଁ ବିଜେଡି ଶିବିରରେ ଦେଖାଦେଇଛି ସେତିକି ହଲଚଲ । ନେତାଙ୍କ ଭିତରେ ସୃଷ୍ଟି ହୋଇଛି ମୃଦୁ କମ୍ପନ ।

କେମିତି ଓ କାହିଁକି ତାଙ୍କୁ ଏଭଳି ଦାୟିତ୍ୱ ମିଳିଲା? କିଏ କଲା ମନୋନିତ? କଣ ନବୀନ ଚାହୁଁଛନ୍ତି? ନା ତାଙ୍କ ପାଛରେ ସନ୍ୟାସୀ ନେଇ ଗୋଟିଚାଳନା କରି ନବୀନଙ୍କ ନିକଟରେ ନିଜର ବସା ସେମିତି ବାନ୍ଧି ରଖିବା ପାଇଁ ଅଜିତଙ୍କ ନିଯୁକ୍ତି ପଛରେ ପାଣ୍ଡିଆନଙ୍କ ନିଷ୍ପତ୍ତି ନୁହେଁ ତ? କାହିଁକି ଅଜିତଙ୍କର ନବୀନଙ୍କୁ ପଡିଲା ଏତେ ଆବଶ୍ୟକ? କଣ ସଂତୃପ୍ତୃ ସଚିବ ଭାବରେ ନିଜର ଦାୟିତ୍ୱ ତୁଲାଇବାରେ ହେଉଛନ୍ତି ଅସର୍ମଥ? ସଚିବ ଥାଉ ଥାଉ ଅତିରିକ୍ତ ସଚିବ ରଖିବାର ମାନେ କଣ? ନା ସରକାରରେ ଥିବା ବେଳେ ଅଫିସରଙ୍କୁ ଥଇଥାନ କଲା ଭଳି ଏବେ ନିଜ ଦଳରେ ଅଫିସରଙ୍କ ଭଳି ଥଇଥାନର ଫଣ୍ଡା ଆପଣାଇଛନ୍ତି ନବୀନ! କାହିଁକି ନା ରାଜନୀତିରେ ସଚିବ ଶବ୍ଦ ବ୍ୟବହାର ଖୁବକମ ନଜିର ରହିଛି । ଆଉ ଏବେ ନବମ ଥରର ସଭାପତି ବନିବା ପରେ ବିଜେଡିକୁ ନବୀନଙ୍କ ପରିଚାଳନା ଦେଖିଲେ ମନେ ହେଉଛି ଏବେ ବି ନବୀନ ବୋଧେ ନିଜକୁ ମୁଖ୍ୟମନ୍ତ୍ରୀ ଭାବି ନେଇଛନ୍ତି । କିଏ ଚୈକିର ନିଶାରେ ଏବେ ବି ବୁଡି ରହିଛି ନବୀନ ନା ପାଣ୍ଡିଆନ? କାହାର ଉତୁରି ନାହିଁ କ୍ଷମତାର ହ୍ୟାଙ୍ଗଓଭର? ଅଜିତଙ୍କୁ ନିଜ ପାଖକୁ ଆଣି ଦଳକୁ କଣ ମେସେଜ ଦେବାକୁ ଚାହୁଁଛନ୍ତି ଦଳପତି! କଣ ପ୍ୟାରୀ ଓ ପାଣ୍ଡିଆନଙ୍କ ପରେ ଏବେ ବି ନିଜେ ଅମଲାଙ୍କ ଦ୍ୱାରା ଦଳକୁ ପରିଚାଳିତ କରିବାକୁ ଚାହୁଁଛନ୍ତି ନବୀନ!

ପ୍ୟାରୀଙ୍କ ଅପରେସନ ମିଡ ନାଇଟ ଏବଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ବନିବାରୁ ବଞ୍ଚିତ କରିବାରେ ପ୍ରମୁଖ ଭୁମିକା ନିଭାଇ ଥିବା ପାଣ୍ଡିଅନଙ୍କୁ ଭୁଲି ଯାଉଛନ୍ତି କି ନବୀନ? କାହିଁକି ଏତେ ପରେ ବି ବାବୁ ମାନଙ୍କ ଉପରେ ନବୀନଙ୍କ ଏତେ ବିଶ୍ୱାସ? ନା ନିଜ ଦଳରେ ଭରଷା ଯୋଗ୍ୟ ନେତା ପାଉନାହାନ୍ତି ନବୀନ?ସେଥିପାଇଁ ଅମଲାଙ୍କ କାନ୍ଦରେ ପାରି ହେବାକୁ ଚାହୁଁନାହାନ୍ତି ତ ବିଜେଡି ମୁଖିଆ? ଯାହା ବେଶ ଅଜିତ ମିଶ୍ରଙ୍କ ନିଯୁକ୍ତିରୁ ବାରି ହୋଇପଡିବା ସହ ବିଜେଡି ନେତାଙ୍କ ଭିତରେ ବି ଗୁଞ୍ଜରଣ ସୃଷ୍ଟି ହେଲାଣି । କାହିଁକି ଏତେ ପରେ ନବୀନ ଚେତୁନାହାନ୍ତି? ପିଏସି ଗଠନ ପରେ ପୁଣି କାହିଁକି ପୂର୍ବତନ ପ୍ରଶାସକଙ୍କର ନବୀନଙ୍କର ଆବଶ୍ୟକ ପଡିଲା । ନିଜ ଆବାହକରେ ପିଏସିକୁ ୧୦ ଜଣ ନେତାଙ୍କୁ ସାଥିରେ ନେଇ ଯାଇଥିବା ବେଳେ ଆଉ କଣ ଦରକାର ଥିଲା ନିଜର ଆଉ ଜଣେ ସାଥି ବାଛିବାର । ତାହା ପୁଣି ଦଳରୁ ନୁହେଁ ଦଳ ବାହାରୁ? ବୁ୍ୟରୋକାଟ ଓ ବ୍ୟବସାୟୀଙ୍କ କବଳରେ ନିଜକୁ କବଳିତ କରି ନିଜକୁ ନବୀନ ରଖିବା ପଛର ଉଦେଶ୍ୟ କଣ? କଣ ଏମିତି ପଡିଲା ଆବଶ୍ୟକ? ବିଜେଡିରେ ଯେତେବେଳେ ମାଳମାଳ ଅଭିଜ୍ଞ ନେତା ଭରି ରହିଛନ୍ତି? ବିଦ୍ରୋହ ଭିତରେ ଦଳ ଗତି କରୁଛି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ