ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀଙ୍କ ଗଡ଼ ପାକିସ୍ତାନ । ପ୍ରତ୍ସୋହନ ଦେଉଛି କାଙ୍ଗାଳ ଦେଶ । ଶିକ୍ଷା, ଶିଷ୍ଠାଚାର ବଦଳରେ ଶିଖାଉଛି ଆତଙ୍କ । ପାକିସ୍ତାନ ସ୍ୱାଧୀନ ହେବା ଠାରୁ କରୁଛି କାର୍ଯ୍ୟ । ବିକଶିତ ଦିଗରେ ଭାବିପାରୁନାହିଁ ପାକିସ୍ତାନ । ପାକିସ୍ତାନକୁ ନିଜ ଅଙ୍ଗୁଳିରେ ନଚାଉଛନ୍ତି ଆତଙ୍କୀ ସଙ୍ଗଠନ । ଏପରିକି ଆତଙ୍କବାଦୀଙ୍କ କବ୍ଜାରେ ପାକିସ୍ତାନ ସେନା । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଛି । ଯାହାର ବଦଲା ନେଇଛି ଭାରତୀୟ ସେନା । ଶହେରୁ ଅଧିକ ଆତଙ୍କବାଦୀ ଆଡ୍ଡା ଓ ୪୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କୁ ମାରି ପକାଇଛି ଭାରତ । ଭାରତ ପହଲଗାମ ବଦଲାରେ ଆତଙ୍କବାଦୀଙ୍କ ଆଡ୍ଡାକୁ ନଷ୍ଟ କଲା ପରେ ମଧ୍ୟ ବୁଦ୍ଧି ଶିଖିନାହିଁ ପାକିସ୍ତାନ । ଭାରତରେ ଯାହା ବି ଆତଙ୍କବାଦୀ ଆକ୍ରମଣ ହୋଇଛି, ସବୁଥିରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତ । ସବୁଥିରେ କୁଖ୍ୟାତ ଆତଙ୍କବାଦୀଙ୍କ ହାଫିଜ ସଇଦ, ଦାଉଦ ଇବ୍ରାହିମ, ମସୁଦ ଆଜହାରଙ୍କ ହାତ ଥିବା ବେଳେ ଏବେ ବି ପାକିସ୍ତାନରେ ରହିଛନ୍ତି । ୨୦୦୦ରେ ଲାଲକିଲ୍ଲା ହମଲା, ୨୦୦୧ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ ହମଲା, ୨୦୧୯ ପୁଲୱାମା ଆକ୍ରମଣରେ ଏହି ମାନଙ୍କ ହାତ ରହିଛି । ଏହାସହ ଯେଉଁ ଅନେକ ଛୋଟ ବଡ଼ ହମଲା ହୋଇଛି ଏମାନଙ୍କ ଇଶାରାରେ ହୋଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ମଧ୍ୟ ତାଲିକାରେ ଯୋଡ଼ି ହୋଇଯାଇଛି । ଏମାନଙ୍କ ମଧ୍ୟରୁ କିଏ ମୋଷ୍ଟ ୱାଣ୍ଟେଡ ହୋଇଥିବା ବେଳେ କିଏ ଜେଲରେ ଅଛି । କିଛି ଆତଙ୍କବାଦୀଙ୍କୁ ଜାତିସଂଘ ମଧ୍ୟ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଏସବୁ ଫଳରେ ପାକିସ୍ତାନ ବିଶ୍ୱ ଦରବାରରେ ନିନ୍ଦିତ ହେଉଛି । ହାଫିଜ ସଇଦ, ଦାଉଦ ଇବ୍ରାହିମ, ମସୁଦ ଆଜହାର ଭଳି ଆତଙ୍କବାଦୀକୁ କାବୁ କରିପାରୁନାହିଁ ପାକିସ୍ତାନ । ଯାହା ଫଳରେ ଏମାନେ ଭାରତରେ ଦିନକୁ ଦିନ ଆତଙ୍କ ଭିଆଇ ଆସିଛନ୍ତି । ଭାରତର ‘ଅପରେସନ ସିନ୍ଦୂର’ ଯଦିଓ ପାକିସ୍ତାନର ମୁଖା ଖୋଲି ଦେଇଛି, ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି, ତଥାପି ପାକିସ୍ତାନରୁ ଆତଙ୍କବାଦୀ ନିପାତ ହେବେ ଏହା ଆଶା କରାଯାଇନପାରେ । ଯଦି ପାକିସ୍ତାନ ପୁଣି ଥରେ ଆତଙ୍କୀ ସଙ୍ଗଠନକୁ ପ୍ରତ୍ସୋହନ ଦେଇ ଭାରତ ଉପରେ ଆକ୍ରମଣ କରାଏ ତା’ ହେଲେ ଆଗକୁ ଆତଙ୍କବାଦୀ ଦେଶ ପାକିସ୍ତାନ ପାଇଁ କାଳ ହେବ ଏଥିରେ ଦ୍ୱିମତ ନାହିଁ । ଯେତେବେଳେ ଏହି ଆତଙ୍କବାଦୀମାନେ ବିଶ୍ୱ ପାଇଁ କାଳ ମଧ୍ୟ ଏମାନଙ୍କ ବିରୋଧରେ ଆକ୍ସନ କେବେ । କିଏ କରିବ ଏମାନଙ୍କ କାମ୍ ତମାମ?