Masthead

ପରିସ୍ରା ପିଆଇବା ଘଟଣା, ପିଅନ ଗିରଫ

 ଗଜପତି (ବଡ଼ ଖବର ବ୍ୟୁରୋ): ମୋହନା ଆରଡବ୍ଲ୍ୟୁଏସଏସ ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା । ପିଅନକୁ ଗିରଫ କଲା ଆର୍. ଉଦୟଗିରି ଥାନା ପୋଲିସ । ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ । ଆର୍. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ଚାଲିଥିଲା ତଦନ୍ତ । ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ । ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଯନ୍ତ୍ରୀ ଜଣକ ଅଭିଯୋଗ କରିଥିଲେ ।

ଗତ ୨୨ ତାରିଖରେ ଯନ୍ତ୍ରୀ ସଚିନ ଗୌଡ଼ ଆର.ଉଦୟଗିରିରେ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୩ ତାରିଖ ରାତିରେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ହେଲେ ପିଅନ ଜଣଙ୍କ ପାଣି ବଦଳରେ ଷ୍ଟିଲ ବୋତଲରେ ପରିସ୍ରା ଦେଇଥିଲେ । ଯନ୍ତ୍ରୀଙ୍କ ସମେତ ସେହି ବୋତଲ ପାଣିକୁ ଦୁଇ ଜଣ କର୍ମଚାରୀ ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ କରିଥିଲେ ।

ସନ୍ଦେହ ଦୂର କରିବା ପାଇଁ ସେହି ବୋତଲ ପାଣିକୁ ପରୀକ୍ଷାଗାରକୁ ପଠାଇଥିଲେ । ପରୀକ୍ଷା ପରେ ପାଣିରେ ୨.୦ ପରିମାଣର ଆମୋନିଆ ଥିବାରୁ ସେଥିରେ ପରିସ୍ରା ମିଶିଥିବା ସଂଦେହ ହୋଇଛି । ଅଧିକ ପରୀକ୍ଷା ପାଇଁ ପାରଳାଖେମୁଣ୍ଡି ଲ୍ୟାବକୁ ପଠା ଯାଇଛି । ଯନ୍ତ୍ରୀ ଜଣଙ୍କ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଥିସହ ଓଡିଶା ପାନୀୟ ଜଳ ନିର୍ଦ୍ଦେଶକଙ୍କ ସମେତ ଜାତୀୟ ମାନବାଧିକର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ