Masthead

ପୁଣି ଏକ ବିମାନ କ୍ରାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୪୯ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଋଷ ବିମାନ କ୍ରାସ । ଏୟାରପୋର୍ଟର କିଛି କିଲୋମିଟର ଦୂରରେ ଫ୍ଲେନଟି କ୍ରାସ ହୋଇଛି । ବିମାନଟି ଅମୁର ଅଞ୍ଚଳରୁ ଟାଇଣ୍ଡା ଅଭିମୁଖେ ଯାଉଥିଲା । ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ଅବତରଣ ବେଳେ କୌଣସି ତ୍ରୁଟି ଯୋଗୁଁ ପ୍ଲେନ କ୍ରାସ ହୋଇଥିବାର ଅନୁମାନ କରାଯାଇଛି ।

ଗଟଣା ସ୍ଥଳିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରିପୋର୍ଟ ଅନୁଯାୟୀ ଅଙ୍ଗରା ଏୟାରଲାଇନ୍ସର ଏ ଏନ-୨୪ ବିମାନ ଅମୁର ଅଞ୍ଚଳର ଟାଇଣ୍ଡା ଅଭିମୁଖେ ଯାଉଥିଲା । ବିମାନଟିରେ ୪୩ଜଣ ଯାତ୍ରୀଙ୍କ ସହ ୬ଜଣ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରେ ୫ଜଣ ଶିଶୁୂ ମଧ୍ୟ ଥିଲେ । ଲ୍ୟାଣ୍ଡ କରିବାର କିଛି କିଲୋମିଟର ଦୂର ଚୀନ ସୀମାରେ ବିମାନ ସହିତ ଏୟାର ଟ୍ରାଫିକ କଣ୍ଟ୍ରୋଲର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ମଝି ଆକାଶରେ ବିମାନଟି କ୍ରାସ ହୋଇଛି । ବିମାନର ଭଗ୍ନାବଶେଷ ଏକ ପାହାଡ଼ିଆ ଅଞ୍ଚଳରୁ ଠାବ ହୋଇଛି । ଦୁର୍ଘଟଣାରେ ସମସ୍ତ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ସରିବା ପରେ ସମସ୍ତ ସଠିକ ତଥ୍ୟ ଜଣାପଡ଼ିବ । ପୂର୍ବରୁ ଏହି ପ୍ଲେନର ରନୱେରେ ନିଆଁ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା