Masthead

ଗ୍ରୀନ ସିଗନାଲକୁ ଅପେକ୍ଷା କର

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଅମୃତସରରେ ସରିଲା ବ୍ଲାକଆଉଟ । ସକାଳ ୫ଟା ୨୪ରେ ସରିଲା ବ୍ଲାକଆଉଟ୍ । ଅମୃତସରରେ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଲୋକଙ୍କ ଘର ଭିତରେ ରହିବାକୁ ପରାମର୍ଶ । ଘର କବାଟ ଓ ଝରକା ନଖୋଲିବାକୁ ନିବେଦନ । ଭାରତ-ପାକ୍ ଯୁଦ୍ଧର ଅସ୍ତ୍ରବିରତି ନିଷ୍ପତ୍ତି ପରେ ବି ରେଡ୍ ଆଲର୍ଟରେ ଅମୃତସର। ଏନେଇ ସାଧାରଣ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୟଭୀତ ନହୋଇ ଗ୍ରୀନ ସିଗନାଲ କୁ ଅପେକ୍ଷା କରିବା ପାଇଁ କୁହାଯାଇଛି ।

ସେପଟେ ପଠାନକୋଟରେ ବି ସରିଲା ବ୍ଲାକଆଉଟ । ରାତିରେ ଡ୍ରୋନ ଆକ୍ରମଣ କି ଗୁଳିମାଡ଼ ହୋଇନି । ଅସ୍ତ୍ରବିରତି ପରେ ଧୀରେ ଧୀରେ ସୀମାରେ ଫେରୁଛି ଶାନ୍ତି। ଆକାଶରେ ଉଡ଼ିନି ପାକିସ୍ତାନୀ ଡ୍ରୋନ୍। ଗୁଳିଗୁଳା ବର୍ଷା ବି ହୋଇନି। ଏବେ ଜମ୍ମୁର ବିଭିନ୍ନ ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇଛି । ରାଜୌରୀରେ ଆଉ କୌଣସି ଡ୍ରୋନ୍ ଉଡ଼ିନଥିବା ସୂଚନା ମିଳିଛି । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ବାଭାବିକ । ପଂଜାବ ଫିରୋଜପୁରରେ ବି ଉଡ଼ିନି ପାକିସ୍ତାନୀ ଡ୍ରୋନ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ