Masthead

ଅଭିନେତ୍ରୀ ମଲାଇକା ଅରୋରା ଙ୍କୁ କରୋନା ।

ସାମାଜିକ ଗଣମାଧ୍ୟମ ଜରିଆରେ ଦେଲେ ସୂଚନା |

ମୁମ୍ବାଇ: ୮-୯-୨୦୨୦ ଅର୍ଜୁନ କପୁରଙ୍କ ପରେ ଏବେ ତାଙ୍କ ପ୍ରେମିକା ଅଭିନେତ୍ରୀ ମଲାଇକା ଅରୋରା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି ମଲାଇକା। ସେ ବର୍ତ୍ତମାନ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି।ସୋମବାର ମଲାଇକା ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, “ଆଜି ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି, କିନ୍ତୁ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି।” ସେ ଆହୁରି ଲେଖିଛନ୍ତି, “ମୋର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମୁଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିଛି। ନିଜକୁ ଶାନ୍ତ ଏବଂ ସୁରକ୍ଷିତ ରଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆପଣ ସମସ୍ତଙ୍କ ଭଲପାଇବା ଓ ସହାୟତା ପାଇଁ ଧନ୍ୟବାଦ।” ମଲାଇକାଙ୍କ ଏହି ପୋଷ୍ଟ ଦେଖିବା ପରେ ପ୍ରଶସଂକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ