ଜାତୀୟ ହାରଠୁ ପଛରେ ଓଡ଼ିଶା

ନୂଆଦିଲ୍ଲୀ /ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସାକ୍ଷରତା ଦିବସ । ଏହି ଅବସରରେ ଗତକାଲି ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟ ପକ୍ଷରୁ ଦେଶର ସାକ୍ଷରତା ହାର ରିପୋର୍ଟ ପ୍ରକାଶିତ ହୋଇଛି । ୯୬.୨ ପ୍ରତିଶତ ସହ ସାକ୍ଷର ତାଲିକାରେ ପ୍ରଥମରେ ରହିଛି କେରଳ । କେରଳ ପଛକୁ ୮୮.୭ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଉତ୍ତରାଖଣ୍ଡରେ ସାକ୍ଷରତା ହାର ୮୭.୬ %, ହିମାଚଳ ପ୍ରଦେଶରେ ୮୬.୬% ଓ ଆସାମରେ ୮୫.୯% ନାଗରିକ ସାକ୍ଷର ଅଟନ୍ତି । ତେବେ ଦେଶର ସାକ୍ଷରତା ହାର ହେଉଛି ୭୭.୭ ପ୍ରତିଶତ । ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାରଠାରୁ ଖରାପ ରହିଛି । ଆମ ରାଜ୍ୟର ସାକ୍ଷରତା ହାର ରହିଛି ୭୭.୩% । ଅର୍ଥାତ୍ ଓଡ଼ିଶାରେ ଶହେରେ ପ୍ରାୟ ୭୭ ଜଣ ସାକ୍ଷର ଥିବା ବେଳେ ୨୩ ଜଣ ନିରକ୍ଷର । ଏହି ସଂଖ୍ୟା ସହ ତାଲିକାର ଦ୍ୱାଦଶ ସ୍ଥାନରେ ଓଡ଼ିଶା ରହିଛି । ତାଲିକାରେ ସବୁଠୁ ତଳେ ରହିଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ରରେ ସାକ୍ଷରତା ହାର ମାତ୍ର ୬୬.୪% । ବିହାରରେ ହାର ୬୯.୭%, ତେଲେଙ୍ଗାନାରେ ୭୨.୮%, ଉତ୍ତରପ୍ରଦେଶରେ ୭୩% ଓ ମଧ୍ୟପ୍ରଦେଶରେ ୭୩.୭% ରହିଛି । ଦେଶର ସହରାଞ୍ଚଳରେ ୮୭.୭% ସାକ୍ଷର ଥିବା ବେଳେ ଗ୍ରାମାଞ୍ଚଳରେ ଏହା ମାତ୍ର ୭୩.୫% । ପୁରୁଷ ସାକ୍ଷର ୮୪.୭% ଥିବାବେଳେ ମହିଳା ସାକ୍ଷରତା ହାର ଦେଶରେ ମାତ୍ର ୭୦.୩% । ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ମଧ୍ୟରେ ସାରା ଦେଶରୁ ହୋଇଥିବା ସାମ୍ପଲ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ