Masthead

କମବ୍ୟାକ ସଂଜୁବାବା ! ଆକ୍ସନ୍‌ ଫିଲ୍ମ ‘ଶମଶେରାର ସୁଟିଂ ରେ ଯୋଗଦେଲେ ସଞ୍ଜୟ ଦତ୍ତ |

ମୁମ୍ବାଇ :ସଞ୍ଜୟଦତ୍ତ ଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର ପୁଣି ପରଦା କୁ ଫେରୁଛନ୍ତି ସଂଜୁବାବା | ନିଜ ସ୍ୱାସ୍ଥ୍ୟଖରାପ ଥିବାରୁ କିଛିଦିନ ପାଇଁ ପରଦା ରୁ ଦୂରେଇ ରହିଥିବା ସଂଜୁ ଏବେ ଫିଲ୍ମ ‘ଶମଶେରାର” ମାଧ୍ୟମରେ ଦର୍ଶକ ଙ୍କ ସାମ୍ନାକୁ ଆସିବେ |ଗତ ମାସରେ ସ୍ୱାସ୍ଥ୍ୟଗତ କାରଣରୁ ଅଭିନେତା ସଞ୍ଜୟ ଦତ୍ତ ଛୋଟ ବ୍ରେକ୍‌ ନେଉଥିବା କଥା ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ସେ ଫୁସଫୁସ୍‌ କର୍କଟ ଦ୍ୱାରା ଆକ୍ରାନ୍ତ ଥିବାବେଳେ ନିଜ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରିବାକୁ ଚାହୁଁଥିଲେ । ତେବେ ନିକଟରେ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ସଞ୍ଜୟ ଏବେ ଆକ୍ସନ୍‌ ଫିଲ୍ମ ‘ଶମଶେରା’ର ସୁଟିଂ ସେଟ୍‌କୁ ଫେରିଛନ୍ତି । ସୋମବାର ତାର ସୁଟିଂ ଆରମ୍ଭ ହୋଇଛି ।ଖୁବ୍‌ କମ୍‌ ଲୋକଙ୍କ ଉପସ୍ଥିତିରେ ଏହି ସୁଟିଂ ହୋଇଥିବାବେଳେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଜଣେ ଘନିଷ୍ଠ ସୂତ୍ରଙ୍କ ଅନୁସାରେ ଏହାର ମାତ୍ର କିଛି ଦିନର ସୁଟିଂ ବାକି ଅଛି ।ଶମଶେରା’ରେ ଅଭିନେତା ରଣବୀର କପୁର ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ କରନ୍‌ ମଲହୋତ୍ରା ନିର୍ଦ୍ଦେଶନା ଦେଉଛନ୍ତି । ସୂଚନାଥାଉକି, ସଞ୍ଜୟ ଚିକିତ୍ସା ପାଇଁ ଡିସେମ୍ବର ମାସରେ ଆମେରିକା ଯିବେ । ତା’ ପୂର୍ବରୁ ସେ ତାଙ୍କର ସମସ୍ତ ଫିଲ୍ମର କାମ ଶେଷ କରିବାକୁ ଚାହୁଁଛନ୍ତି । ‘ଶମଶେରା’ ବ୍ୟତୀତ ତାଙ୍କୁ ‘କେଜିଏଫ୍‌: ଚାପ୍ଟର-୨’, ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ