Masthead

୩୦ଜିଲ୍ଲାରୁ ୩୧୪୪ ପଜେଟିଭ , ୧୬ ମୃତ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନାରେ ଲାଗୁନି ବ୍ରେକ  । ଗତ ଦୁଇଦିନ ଧରି ଆକ୍ରାନ୍ତ ସଂଖ୍ୟା କମିଥିବା ବେଳେ ଆଜି ପୁଣି ରାଜ୍ୟରେ ୩୧୪୪ ଆକ୍ରାନ୍ତ ହିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୧୮୨୫ଜଣ କ୍ୱାରେଣ୍ଟାନଇରୁ ଚିହ୍ନଟ ହୋଇଥିବା ବେଳେ ୧୩୧୯ଟି ଲୋକାଲ କେସ ରହିଛି  ।

ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୫୬୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କଟକରୁ ୨୪୩ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୨୮, ବାଲେଶ୍ୱରରୁ ୭୨, ବରଗଡ଼ରୁ ୯୪, ଭଦ୍ରକରୁ ୧୦୧,ବଲାଙ୍ଗୀରରୁ ୮୬, ବୌଦ୍ଧରୁ ୧, ଦେବଗଡରୁ଼ ୨୪, ଢେଙ୍କାନାଳରୁ ୭୩, ଗଜପତିରୁ ୯, ଗଞ୍ଜାମରୁ ୩୮, ଜଗତସିଂହପୁରରୁ ୭୭, ଯାଜପୁରରୁ ୧୦୧, ଝାରସୁଗୁଡ଼ାରୁ ୮୩, କଳାହାଣ୍ଡିରୁ ୧୨୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡ଼ାରୁ ୮୨, କେନ୍ଦୁଝରରୁ ୬୩, କୋରାପୁଟରୁ ୩୭, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରୁ ୧୦୭, ନୟାଗଡ଼ରୁ ୫୮, ନୁଆପଡ଼ାରୁ ୧୧୪, ପୁରୀ ୧୨୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୩୬, ସୋନପୁରର ୮୬ ସୁନ୍ଦରଗଡ଼ରୁ ୧୦୫ ଥିବା ବେଳେ ଷ୍ଟେଟ୍ ପୁଲରୁ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨,୪୪,୧୪୨ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ୨,୧୩,୬୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ରାଜ୍ୟରେ ମୋଟ ୨୯,୪୪୩ଟି ସକ୍ରିୟ ମାମଲା ରହିଛି  ।

ଅନ୍ୟପଟେ ଆଜି ଆଉ ୧୬ମୁଣ୍ଡ ନେଇଛି ମହାମରୀ କରୋନା  । ମୃତକମାନଙ୍କ ମଧ୍ୟରେ ବାଲେଶ୍ୱର ଓ ଭୂବନେଶ୍ୱରରୁ ସର୍ବାଧିକ ୪ଜଣ ଲେଖାଏଁ ଅଛନ୍ତି । ସେହିପରି କଳାହାଣ୍ଡି, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଥିବା ବେଳେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି  । ଏହାକୁ ମିଶାଇ ରାଜ୍ୟରେ ମୋଟ ୯୪୭ଜଣଙ୍କ ମୃତ୍ୟୁ ହୋଇଛି  । ଏଯାବାତ୍ ରାଜ୍ୟରେ ମୋଟ ୩୬,୧୯,୫୦୯ଟି ନାମୁନା ପରୀକ୍ଷା କରାଯାଇଛି  । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ